ବଲିଉଡ୍ ହାର୍ଟଥ୍ରୋବ୍ ସିଦ୍ଧାର୍ଥ ମଲହୋତ୍ରା ଏବେ ନିଜ ଲଭ୍ ଲାଇଫକୁ ନେଇ ବେଶ୍ ଚର୍ଚ୍ଚାରେ ରହିଛନ୍ତି । ଆଲିଆଙ୍କ ସହ ବ୍ରେକ ଅପ୍ ହେବା ପରେ ପ୍ରଥମେ ଚର୍ଚ୍ଚା ହେଉଥିଲା କି ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କୁ ଡେଟ୍ କରୁଛନ୍ତି ସିଦ୍ଧାର୍ଥ । ହେଲେ ଏବେ ଆଉ ଜଣେ ବଲିଉଡ୍ ସୁନ୍ଦରୀଙ୍କ ସହ ସିଦ୍ଧାର୍ଥଙ୍କ ନାମ ଯୋଡା ହେଉଛି ।
ପୁଣିଥରେ ଇଷ୍କ ବାଲା ଲଭ୍ ହୋଇଛି ବଲିଉଡର ହ୍ୟାଣ୍ଡସମ୍ ଷ୍ଟୁଡେଂଟଙ୍କୁ । ଆଲିଆ ଭଟ୍ଟଙ୍କ ସହ ବ୍ରେକ ଅପ୍ ପରେ ଏବେ ଆଉ ଏକ ସୁନ୍ଦରୀଙ୍କ ପ୍ରେମରେ ପଡିଛନ୍ତି ଅଭିନେତା ସିଦ୍ଧାର୍ଥ ମଲହୋତ୍ରା । ଏହି ସୁନ୍ଦରୀରେ ହେଲେ କିଆରା ଆଡଭାନୀ । ସିର୍ଦ୍ଧାର୍ଥ ଏବେ ଅଭିନେତ୍ରୀ କିଆରା ଆଡଭାନୀଙ୍କୁ ଡେଟ୍ କରୁଥିବାନେଇ ଖବର ଶୁଣିବାକୁ ମିଳୁଛି ମାୟାନଗରୀରେ ।
ନିକଟରେ କିଆରାଙ୍କ ଜନ୍ମଦିନ ପାର୍ଟିରେ ପହଁଚିଥିଲେ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା । ଆଉ ଏହି ବର୍ତ ଡେ ପାର୍ଟିରେ ଏମାନଙ୍କ କେମେଷ୍ଟ୍ରୀ ବେଶ୍ ଦେଖିବାକୁ ମିଳିଥିଲା ।
ଦୁହେଁ ଏକା ରଂଗର ପୋଷାକରେ ନଜର ଆସିଥିଲେ । ଏହିକାରଣରୁ ଚର୍ଚ୍ଚା ଜୋର ଧରିଥିଲା । ଆଉ ଯେତେବେଳେ ବି କିଆରାଙ୍କ ସହ ସମ୍ପର୍କକୁ ନେଇ ସିଦ୍ଧାର୍ଥଙ୍କୁ ପ୍ରଶ୍ନ କରାଯାଏ, ଆମେ ଭଲ ବନ୍ଧୁ ବୋଲି କହି ଏଡାଇ ଦିଅନ୍ତି ଏହି ଜବରିୟା ଯୋଡି ଷ୍ଟାର୍ ସିଦ୍ଧାର୍ଥ ମଲହୋତ୍ରା ।