ବଲିଉଡ ଅଭିନେତ୍ରୀ ଜରୀନ ଖାନଙ୍କ ନିଆରା ଅନ୍ଦାଜ, ହସି ହସି ବେଦମ ହୋଇଯିବେ, ଦେଖନ୍ତୁ ଭିଡିଓ !
ବଲିଉଡ ଅଭିନେତ୍ରୀ ଜରିନ ଖାନ ଫିଲ୍ମରୁ କିଛି ଦିନ ହେବ ଦୂରରେ ଥିଲେ ମଧ୍ୟ ସୋସିଆଲ ମିଡିଆରେ ସେ ଖୁବ ଆକ୍ଟିଭ । ନିକଟରେ ସେ ନିଜ ଇନଷ୍ଟାଗ୍ରାମ ଅକାଉଂଟରେ ଏକ ଭିଡିଓ ଶେୟାର କରିଛନ୍ତି । ଜରିନ ଖାନଙ୍କ ଏହି ଭିଡିଓ ଦେଖିବାକୁ ଖୁବ କ୍ୟୁଟ ଥିବା ବେଳେ ଏହାକୁ ଦେଖି ଆପଣ ନିଶ୍ଚୟ ହସି ହସି ଗଡିଯିବେ ।
ଅସଲରେ ଏହି ଭିଡିଓରେ ଜରିନ ଖାନ ମସ୍ତିରେ ଚୁଟି ବୁଲାଉଥିବାର ନଜର ଆସିଛନ୍ତ. ତାଙ୍କର ଚୁଟି ବୁଲାଉଥିବା ଦେଖି ଯେ କେହି ହସି ହସି ଗଡିଯିବ । ଖାସ କଥା ହେଉଛି ଏହି ଭିଡିଓକୁ ଜରିନଙ୍କ ଫ୍ୟାନ ଖୁବ ପସନ୍ଦ କରିଛନ୍ତି ।
ଫିଲ୍ମ ‘ବୀର’ରୁ ବଲିଉଡରେ ଡେବ୍ୟୁ କରିଥିବା ଜରୀନ ଇନଷ୍ଟା ରେ ଏହି ଭିଡିଓ ପୋଷ୍ଟ କରଛନ୍ତି । ଏବେ ସେ ଛୁଟି ବିତାଉଛନ୍ତି । ଖୁବ ଶୀଘ୍ର ସେ ପଂଜାବୀ ଫିଲ୍ମ ଜରିଆରେ ଧମାଲ ମଚାଇବେ ।
ଏଠାରେ ଆମେ କହି ରଖୁଛୁ ଯେ ଫିଲ୍ମ ‘ବୀର’ରେ ଅଭିନୟ ଦୁନିଆରେ ପାଦ ରଖିଥିଲେ ଜରୀନ । ତାଙ୍କ ଲୋକପ୍ରିୟତା ‘କ୍ୟାରେକ୍ଟର ଢିଲା’ ଗୀତ କାରଣରୁ ବଢିଯାଇଥିଲା ।