ବଲିଉଡର କିଙ୍ଗ ଖାନ ଶାହାରୁଖଙ୍କ ଝିଅ ସୁହାନା ଖାନ୍ ଖୁବଶୀଘ୍ର ଏକ ସର୍ଟ ଫିଲ୍ମକୁ ନିଜର ଆକ୍ଟିଂ ଡେବ୍ୟୁ କରିବାକୁ ଯାଉଛନ୍ତି । ସୁହାନା ନିଜ ବାପାଙ୍କ ଭଳି ଆକ୍ଟିଂ କ୍ୟାରିଅରରେ ସୁନାମ ଅର୍ଜନ କରିବାକୁ ଚାହୁଁଛନ୍ତି । ଏହି କଥା ନିଜେ କିଙ୍ଗ ଖାନ ଏକ ଇଣ୍ଟରଭ୍ୟୁରେ ପ୍ରକାଶ କରିଥିଲେ । ଏବେ ସୁହାନାଙ୍କର ଏହି ସ୍ୱପ୍ନ ପୂରଣ ହେବାକୁ ଯାଉଛି ।
ନିକଟରେ ସୁହାନାଙ୍କ ଡେବ୍ୟୁ ଫିଲ୍ମର ପୋଷ୍ଟର ସାମ୍ନାକୁ ଆସିଛି । ଯାହାକୁ ନେଇ ଫ୍ୟାନ୍ସମାନଙ୍କ ମଧ୍ୟରେ ଉତ୍ସାହ ବଢିବାରେ ଲାଗିଛି । ଖବର ଅନୁସାରେ ୧୯ବର୍ଷର ସୁହାନାଙ୍କୁ ନିଜର କ୍ଲାସ ଦ୍ୱାରା ପ୍ରସ୍ତୁତ କରାଯାଉଥିବା ଏକ ସର୍ଟ ଫିଲ୍ମ ‘ଦ ଗ୍ରେ ପାର୍ଟ ଅଫ ବ୍ଲୁ’ ରେ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ । ଏହି ଫିଲ୍ମର ପୋଷ୍ଟର ତାଙ୍କ କ୍ଲାସମେଂଟ ଥ୍ୟୋଡୋର ଜିମୀନୋ ନିଜ ଇନଷ୍ଟାଗ୍ରାମ ଆକାଉଂଟରେ ସେୟାର କରିଛନ୍ତି ।
କହିରଖୁଛୁ ଯେ, ସୁହାନାଙ୍କୁ ଭିନ୍ନ ଭିନ୍ନ ଲୁକରେ ଦେଖିବାକୁ ମିଳିଥାଏ । ନିକଟରେ ସୁହାନା ଲଣ୍ଡନରେ ରହିବା ସହ ନିଜ ସ୍ନାତକତ୍ୱ ଶେଷ କରିଛନ୍ତି । ଅନେକ ସମୟରେ ସୁହାନାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଥାଏ ।