Only for Entertainment

ଟ୍ୱିଟର ଛାଡିଲେ ଅନୁରାଗ କଶ୍ୟପ, କହିଲେ ପରିବାରକୁ ପ୍ରତିଦିନ ଆସୁଛି ଧମକ

latestly
54

ସୋସିଆଲ ମିଡିଆରେ ବିଭିନ୍ନ ପ୍ରସଙ୍ଗକୁ ନେଇ ନିଜର ମତ ରଖିଥବା ଏବଂ ପ୍ରଶ୍ନ କରୁଥିବା ନିର୍ଦ୍ଦେଶକ ଅନୁରାଗ କଶ୍ୟପ ନିଜର ଟ୍ୱିଟର ଆକାଉଣ୍ଟକୁ ଡିଲିଟ କରିଛନ୍ତି । ସେ କହିଛନ୍ତି ଯେ, ସୋସିଆଲ ମିଡିଆରେ ମା-ବାପା ଏବଂ ଝିଅକୁ ମିଳୁଥିବା ଧମକ ପାଇଁ ସେ ଖୁବ ଚିନ୍ତିତ । ଏବଂ ସୋସିଆଲ ମିଡିଆରେ ତାଙ୍କୁ କିଛି କହିବାର ଅଧିକାର ନାହିଁ । ଏହାକୁ ନେଇ ସେ ନିରାସ ବ୍ୟକ୍ତ କରିବା ସହିତ ଟ୍ୱିଟର ଆକାଉଣ୍ଟକୁ ଡିଲିଟ କରିଛନ୍ତି ।

ଟ୍ୱିଟର ଛାଡିବା ପୂର୍ବରୁ ଅନୁରାଗ ଦୁଇଟି ଟ୍ୱିଟ କରିଥିଲେ । ଟ୍ୱିଟ କରି ସେ ଲେଖିଥିଲେ ଯେ, ‘ଯେବେ ଆପଣଙ୍କ ପିତା ମାତା ଏବଂ ଝିଅକୁ ଅନଲାଇନ ଧମକ ଆସିବା ଆରମ୍ଭ ହୁଏ ତେବେ କେହି ଚାହିଁବେ ନାହିଁ ଆପମ କିଛି କୁହନ୍ତୁ । ସେତେବେଳେ ଏହାର କିଛି ଅର୍ଥ ରହିନଥାଏ । ଗୁଣ୍ଡାମାନେ ଏହିଭଳି ଭାବେ ରାଜ୍ କରିବେ ଏବଂ ଗୁଣ୍ଡାଗିରି ଜୀବନର ନୂଆ ଉପାୟ ହୋଇଯିବ । ନୂଆ ଭାରତ ପାଇଁ ସମସ୍ତଙ୍କୁ ଶୁଭେଚ୍ଛା । ଏହା ମୋର ଅନ୍ତିମ ଟ୍ୱିଟ ହେବ କାରଣ ମୁଁ ଟ୍ୱିଟର ଛାଡୁଛି । ଯଦି ମୁଁ ବିନା କୌଣସି ଭୟରେ ନିଜ କଥା ରଖିପାରିବି ନାହିଁ ତେବେ ମୁଁ କିଛି କହିବି ନାହିଁ ଗୁଡ ବାୟ । ’

ଏହା ପ୍ରଥମ ମାମଲା ନୁହେଁ ଯେ କୌଣସି ସେଲିବ୍ରିଟି ନିରାଶ ହୋଇ ଟ୍ୱିଟ ଛାଡିଛନ୍ତି । ପୂର୍ବରୁ ଗାୟକ ସୋନୁ ନିଗମଙ୍କ ଏକ ବୟାନକୁ ନେଇ ହଙ୍ଗାମା ସୃଷ୍ଟି ହୋଇଥିଲା । ଏହା ପରେ ସେ ଟ୍ୱିଟର ଆକାଉଣ୍ଟ ଡିଲିଟ କରିଦେଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More