ଘରେ କେଉଁ ପ୍ରକାର ଫଟୋ ଲଗାଇବା ଅନୁଚିତ ।
ଆଜିକାଲି ସାଜ୍ଜସଜ୍ଜା ପାଇଁ ଲୋକମାନେ ଘରେ ବିଭିନ୍ନ ପ୍ରକାର ଫଟୋ ଲଗାଉଛନ୍ତି । କିନ୍ତୁ ବାସ୍ତୁ ପ୍ରତି କୌଣସି ଧ୍ୟାନ ରଖୁନାହାଁନ୍ତି । କିମ୍ବା ତାହା ସମ୍ବଦ୍ଧିତ କୌଣସି କଥା ପ୍ରତି ଧ୍ୟାନ ଦେଉନାହାଁନ୍ତି । ଯାହାକୁ ନଜର ପକାଇବା ଅତିି ଗୁରୁତ୍ୱପୂର୍ଣ୍ଣ ।
ବେଡରୁମରେ କଳା,ନୀଳ ଏବଂ ଜାମୁକୋଳି ରଙ୍ଗର କୌଣସି ଚିତ୍ର ଲଗାଇବା ଅନୁଚିତ । ଏହା କରିବା ଦ୍ୱାରା ସେହି ଘରେ ରହୁଥିବା ଦମ୍ପତିଙ୍କ ସମ୍ପର୍କରେ ତିକ୍ତତା ଆସିଥାଏ । ସେହି ସ୍ଥାନରେ ଧଳା, ସାମାନ୍ୟ ଗୋଲାପି ଓ ସାମାନ୍ୟ ହଳଦିଆ ରଙ୍ଗର ଚିତ୍ରାଦି ବ୍ୟବହାର କରିବା ଉଚିତ ।
ଘରେ ସୁଖ ଶାନ୍ତି ଓ ସମୃଦ୍ଧି ବଢିବା ପାଇଁ ହସୁଥିବା ଛୋଟ ପିଲାର ଫଟୋ ଲଗାନ୍ତୁ । କିନ୍ତୁ ତାହାକୁ ଏଭଳି ସ୍ଥାନରେ ଳଗାନ୍ତୁ ଯେପରି ତାହା ଉପରେ ଘରର ସମସ୍ତ ସଦସ୍ୟଙ୍କ ନଜର ପଡ଼ୁଥିବ । ଏଭଳି କରିବା ଦ୍ୱାରା ଖୁସିର ବାତାବରଣ ସୃଷ୍ଟି ହୋଇଥାଏ ।
ବାସ୍ତୁ ଅନୁସାରେ ଛୋଟ ବିଲାଙ୍କ ବଖରାରେ ଜୀବଜନ୍ତୁଙ୍କ ଫଟୋ ଲଗାଇବା ଅନୁଚିତ । ଏହା ପିଲାଙ୍କର ମାନସିକ ଏବଂ ଶାରୀରିକ କ୍ଷତି ଘଟାଇଥାଏ ।
ଘରର ଯେଉଁ ଲୋକ ସ୍ୱର୍ଗବାସୀ ହୋଇଯାଇଛନ୍ତି ସେମାନଙ୍କର ଫଟୋ ସର୍ବଦା ଉତ୍ତର ଦିଗରେ ଲଗାଇବା ଉଚିତ । ଏହି ଦିଗରେ ପିତୃପୁରୁଷଙ୍କ ଫଟୋ ଲଗାଇବା ଦ୍ୱାରା ସେମାନଙ୍କର କୃପା ବରଷି ଥାଏ । ଏହା ବ୍ୟତୀତ ଅନ୍ୟ କୌଣସି ଦିଗରେ ଏମାନଙ୍କର ଫଟୋ ଲଗାଇବା ଦ୍ୱାରା ଅଶୁଭ ବୋଲି କୁହାଯାଏ ।
ଘରେ ଯୁଦ୍ଧ,ମହାଭାରତ,ଜାଦୁଗର ଏବଂ ପିସାଚଙ୍କ ଫଟୋ ଲଗାଇବା ଅନୁଚିତ । ଏହା ଖରର ଶାନ୍ତି ଭଙ୍ଗ କରିଥାଏ ଏବଂ ସଦସ୍ୟଙ୍କ ମଧ୍ୟରେ ଝଗଡ଼ା ଲାଗିଥାଏ ।