ପ୍ରତି ସ୍ୱାଧୀନତା ଦିବସରେ ବାଜି ଉଠେ ଏହି ୧୦ଟି ଗୀତ, ଶୁଣିଲେ ଜାଗି ଉଠେ ଦେଶଭକ୍ତିର ଭାବନା
ଆଉ ୨ ଦିନ ପରେ ୧୫ ଅଗଷ୍ଟ, ଅର୍ଥାତ ସ୍ୱାଧୀନତା ଦିବସ । ଏହି ଦିନ ସ୍ୱାଧୀନ ହୋଇଥିଲା ଭାରତ । ଇଂରେଜ ମାନଙ୍କ ଶାସନ କବଳରୁ ମୁକ୍ତ ହୋଇ ଦେଶ ଏକ ଇତିହାସ ରଚିଥିଲା । ତେଣୁ ପ୍ରତିବର୍ଷ ଭାରତ ଏହି ଦିନ ତ୍ରିରଙ୍ଗା ଉଡ଼ାଇ ନିଜ ମୁକ୍ତ ହେବାର ଉତ୍ସବ ପାଳନ କରେ । ଏହି ଦିନ ସ୍କୁଲ, କଲେଜ ଏବଂ ଅଫିସ ମାନଙ୍କରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ ।
ରେଡ଼ିଓ ଏବଂ ଟିଭିରେ ଦେଶଭକ୍ତିର ଭିଡ଼ିଓ ଏବଂ ଅଡ଼ିଓ ଦେଖିବାକୁ ଏବଂ ଶୁଣିବାକୁ ମିଳେ । ଆଉ ଏହାକୁ ଶୁଣିବା ପରେ ପ୍ରତ୍ୟେକ ଭାରତୀୟ ହୃଦୟରେ ଦେଶଭକ୍ତିର ଭାବନା ଜାଗି ଉଠେ । କାରଣ ଏଥିରେ ବ୍ୟବହାର ହୋଇଥିବା ଶବ୍ଦ ଏବଂ ଛବି ହୃଦୟକୁ ବିଦାରିତ କରି ପକାଏ । ତେବେ ଆସନ୍ତୁ ଆଜି ମନେ ପକାଇବା ସେହିଭଳି କିଛି ଗୀତ ବିଷୟରେ ।