୧୫ ଅଗଷ୍ଟରେ ଦେଶବାସୀ ୭୩ ତମ ସ୍ୱାଧିନତା ଦିବସ ପାଳନ କରିବେ । ଏହି ଦିନରେ ସମସ୍ତେ ସ୍ୱାଧିନତା ସଂଗ୍ରାମୀ ମାନଙ୍କୁ ମନେ ପକାଇ ଶିକ୍ଷାନୁଷ୍ଠାନ, ଅଫିସ ଏବଂ ପ୍ରତ୍ୟେକ ସ୍ଥାନରେ ତ୍ରିରଙ୍ଗା ଉଡାଇଥାନ୍ତି । ଏହା ସହିତ ଅନେକ ସ୍ଥାନରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ ହୋଇଥାଏ । ଏହି ଅବସରରେ ଲୋକେ ଦେଶଭକ୍ତିରେ ଭରପୂର ଗୀତ ଶୁଣିବାକୁ ପସନ୍ଦ କରିଥାନ୍ତି । ଆଜି ଆମେ ଏପରି କିଛି ବଲିଉଡ ଗୀତ ବିଷୟରେ କହିବା ପାଇଁ ଯାଉଛୁ ଯାହା ଆପଣଙ୍କ ମନରେ ଅଦ୍ୟମ ଶକ୍ତି ଭରିଦେବ ।
ଚକ ଦେ ଇଣ୍ଡିଆ
ଏହି ଗୀତ ଶାହରୁଖ ଖାନଙ୍କ ଫିଲ୍ମ ‘ଚକ ଦେ ଇଣ୍ଡିଆର’ର ଟାଇଟଲ ଟ୍ରାକ । ଗୀତରେ ସୁଖୱିନ୍ଦର ସିଂଙ୍କ ଜବରଦସ୍ତ ଗାୟିକି ଶୁଣିବାକୁ ମିଳିଛି ।
ତେରି ମିଟ୍ଟୀ
ଅକ୍ଷୟ କୁମାରଙ୍କ ଫିଲ୍ମ ‘କେଶରୀ’ର ଗୀତ ଶୁଣିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ । ଗୀତରେ ସିପାହୀମାନଙ୍କ ଭାବନା ଏବଂ ଦେଶ ପାଇଁ ସେମାନଙ୍କ ବଳିଦାନକୁ ଦର୍ଶାଯାଇଛି । ଏହି ଗୀତରେ ଅରକୋ ଏବଂ ବି ପ୍ରାକଙ୍କ ଭଏସ ଶୁଣିବାକୁ ମିଳିଛି ।
ଏ ୱତନ ମେରେ ୱତନ
ଆଲିଆ ଭଟ୍ଟଙ୍କ ଫିଲ୍ମ ‘ରାଜି’ର ଏହି ଗୀତ ଖୁବ ପପୁଲାର ହୋଇଥିଲା । ସୁନିଧି ଚୌହାନ ଏହି ଗୀତରେ ନିଜର ଆକର୍ଷଣୀୟ ଭଏସ ଦେଇଛନ୍ତି ।
ମା ତୁଝେ ସଲାମ
ଏ ଆର ରହମାନଙ୍କ ଏହି ଗୀତ ଆପଣଙ୍କ ଭିତରେ ଦେଶଭକ୍ତିର ଭାବନା ଭରି ଦେବ । ଏହାକୁ ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁଳି ଉଠିବ ।
ରଙ୍ଗ ଦେ ବସନ୍ତି
‘ରଙ୍ଗ ଦେ ବସନ୍ତି’ ଫିଲ୍ମର ଟାଇଟଲ ଟ୍ରାକ ଦେଶଭକ୍ତିର ଭାବନାରେ ପରିପୂର୍ଣ୍ଣ । ଗୀତରେ ଫିଲ୍ମର ସମସ୍ତ ଚରିତ୍ର ମଜା ମସ୍ତି କରୁଥିବାର ନଜର ଆସିଛନ୍ତି ।