Only for Entertainment

ସାମ୍ନାକୁ ଆସିଲା ଫିଲ୍ମ ଡ୍ରିମଗର୍ଲ’ର ରାଧେ ରାଧେ ଗୀତର ମେକିଂ, ଭିଡିଓରେ ନଜର ଆସିଲା ଆୟୁଷ୍ମା ଓ ନୁସରତଙ୍କ ଜବରଦସ୍ତ ଅନ୍ଦାଜ !

51

ଏଥର ସଭିଁଙ୍କ ଡ୍ରିମ୍ ଗର୍ଲ ସାଜିବେ ଅଭିନେତା ଆୟୁଷ୍ମାନ ଖୁରାନା । ଆଉ ତାଙ୍କର ଏଭଳି ୟୁନିକ୍ ଅନ୍ଦାଜ୍ ଦେଖିବାକୁ ମିଳିବ ତାଙ୍କର ଆଗାମୀ କମେଡି – ଡ୍ରାମା ଫିଲ୍ମ ‘ଡ୍ରିମ୍ ଗର୍ଲ’ରେ । ଗତ କିଛି ଦିନ ପୂର୍ବେ ଫିଲ୍ମର ପ୍ରଥମ ଡ୍ୟାନ୍ସ ଗୀତ ‘ରାଧେ ରାଧେ’ ରିଲିଜ୍ ହୋଇଥିଲା । ଯାହାକୁ ଦର୍ଶକ କରିଥିଲେ ଭରପୁର ପସନ୍ଦ । ଆଉ ଏବେ ଗୀତର ମେକିଂ ଭିଡିଓକୁ ରିଲିଜ୍ କରିଛନ୍ତି ମେକର୍ ।

ଈିଡିଓରେ ଦେଖିବାକୁ ମିଳିଛି ଅନେକ ବ୍ୟାକ୍ଗ୍ରାଉଣ୍ଡ ଡ୍ୟାନ୍ସର୍ଙ୍କ ସହ ଲିଡ୍ ଷ୍ଟାର୍ ଆୟୁଷ୍ମାନ୍ ଖୁରାନା ଓ ନୁସରତ୍ ଭରୁଚାଙ୍କୁ ଦେଖିବାକୁ ମିଳିଛି ।ପ୍ରଥମଥର ଏତେ ଡାନ୍ସର ମାନଙ୍କ ସହ ମିଶି ଡାନ୍ସ କରୁଥିବା ନେଇ ଉତ୍ସାହିତ ଥିବା କହିଛନ୍ତି ଆୟୁଶ୍ମାନ ଏବଂ ଏହି ଗୀତ ତାଙ୍କର ସବୁଠାରୁ ବଡ ଗୀତ ବୋଲି ମଧ୍ୟ କହିଛନ୍ତି । କୋରିଓଗ୍ରାଫରଙ୍କ ଇଶାରାରେ ତାଳରେ ତାଳ ମିଶାଇ ଡ୍ୟାନ୍ସ କରୁଛନ୍ତି ଡ୍ୟାନ୍ସର୍ ଓ ଷ୍ଟାର୍ । କୋରିଓଗ୍ରାଫର୍ ଗଣେଷ ଆଚାର୍ଯ୍ୟଙ୍କ କୋରିଓଗ୍ରାଫିରେ ସଭିଁଏ ଏଠାରେ ସଟ୍ ଦେବାରେ ଆସିଛନ୍ତି ନଜର ।

ଚଳଚ୍ଚିତ୍ର ଡ୍ରିମ୍ ଗର୍ଲରେ ପ୍ରଥମ ଥର ପାଇଁ ପରଦାରେ ରୋମାନ୍ସ କରିବାରେ ନଜର ଆସିବେ ଆୟୁଷ୍ମାନ୍ ଓ ନୁସରତ୍ । ଆଉ ଦୁହିଁଙ୍କ ଡ୍ୟାନ୍ସ ଧମାଲ୍ ଦେଖିବାକୁ ମିଳିଛି ଏହି ଗୀତରେ । ତେବେ ସୁଟିଂ ପୂର୍ବରୁ ୫ଦିନ ଧରି ଡ୍ୟାନ୍ସ ଅଭ୍ୟାସ୍ କରିଛନ୍ତି ଆୟୁଷ୍ମାନ୍ ଓ ନୁସରତ୍ ।

‘ରାଧେ ରାଧେ’ ଗୀତରେ ଶୁଣିବାକୁ ମିଳିଛି ମିଟ୍ ବ୍ରଦର୍ସ ଏବଂ ଅମିତ୍ ଗୁପ୍ତାଙ୍କ ଆକର୍ଷଣୀୟ ଗାୟିକୀ । ଗୀତରେ ସଙ୍ଗୀତର ଭାର ତୁଲାଇଛନ୍ତି ମିଟ୍ ବ୍ରଦର୍ସ । ଆଉ ଏହାର ଲିରିକ୍ସ ଦେଇଛନ୍ତି କୁମାର୍ । ଏହି ଫିଲ୍ମର ନିର୍ଦେଶନା ଦେଇଛନ୍ତି ରାଜ ଶାଣ୍ଡିଲ୍ୟ ଏବଂ ପ୍ରଯୋଜନା ଭାର ତୁଲାଈଛନ୍ତି ଏକତା କପୁର ଏବଂ ଶୋଭା କପୁର । ସେପ୍ଟେମ୍ବର ୧୩ ତାରିଖରେ ରିଲିଜ ହେବ ଫିଲ୍ମ ଡିମଗର୍ଲ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More