ଝିଅକୁ ପାଠ ପଢାରେ ସାହାଯ୍ୟ କରୁଥିବାର ନଜର ଆସିଲେ ସନି ଲିଓନି, ସୋସିଆଲ ମିଡିଆରେ ଆସିଲା ଏଭଳି ରିଆକ୍ସନ
ବଲିଉଡ ଅଭିନେତ୍ରୀ ସନି ଲିଓନି ଏବେ ଦୁବାଇରେ ପରିବାର ସହିତ ଛୁଟି ବିତାଉଛନ୍ତି । ଦୁବାଇ ପହଁଚି ସନି ଏକ ଫଟୋ ସୋସିଆଲ ମିଡିଆ ଇଂଷ୍ଟାଗ୍ରାମରେ ସେୟାର କରିଛନ୍ତି । ସନି ସେୟାର କରିଥିବା ଏହି ଫଟୋରେ ସେ ଝିଅ ନିଶାକୁ ପଢାଉଥିବାର ନଜର ଆସିଛନ୍ତି । ଫଟୋକୁ ଦେଖିଲେ ଲାଗୁଛି ଯେ ସେ ଛୁଟିରେ ଅଛନ୍ତି ସତ କିନ୍ତୁ ପିଲାଙ୍କ ପାଠ ପଢାରେ କୌଣସି ସାଲିସ କରିବା ପାଇଁ ଚାହୁଁନାହାଁନ୍ତି ।
ସନିଙ୍କ ଏହି ପୋଷ୍ଟକୁ ନେଇ ଲୋକେ ତାଙ୍କୁ ପ୍ରଶଂସା କରୁଛନ୍ତି । ଫଟୋ ସେୟାର କରି ସନି କ୍ୟାପସନରେ ଲେଖିଥିଲେ, ‘ଛୁଟିରେ ମାତ୍ର ଝିଅ ସହିତ ନିରନ୍ତରତା ରଖିବାରେ ବିଶ୍ୱାସ ରଖେ । ଝିଅର ହୋମୱାର୍କ ପୂରା କରିବାରେ ସାହାଯ୍ୟ କରୁଛି ।’
କହିରଖୁଛୁ ଯେ, ସନି ଲିଓନି ଏବଂ ତାଙ୍କ ପତ୍ନୀ ଡେନିଏଲ ବେବର ୨୦୧୭ରେ ନିଶାଙ୍କୁ ଆଡପ୍ଟ କରିଥିଲେ । ନିଶାଙ୍କ ବ୍ୟତିତ ସନି ଲିଓନି ଏବଂ ଡେନିଏଲ ବେବରଙ୍କର ଦୁଇଟି ପୁଅ ଅଛନ୍ତି ।