ଆୟୋଡିନ କମକୁ ନେଇ ବ୍ୟସ୍ତ ସୋନମ କପୁର, ଫ୍ୟାନ୍ସଙ୍କୁ ଦେଲେ ଏହି ପରାମର୍ଶ
ବଲିଉଡ ଅଭିନେତ୍ରୀ ସୋନମ କପୁର ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଫ୍ୟାନ୍ସଙ୍କୁ ତାଙ୍କର ଆୟୋଡିନ କମ ବିଷୟରେ ସୂଚନା ଦେଇଛନ୍ତି । ସୋନମ ଇଂଷ୍ଟାଗ୍ରାମ ଷ୍ଟୋରୀରେ ଏହି ଖବର ସେୟାର କରି ଫ୍ୟାନ୍ସଙ୍କୁ ପରାମର୍ଶ ଦେଇଛନ୍ତି ଯେ ସଠିକ ମାତ୍ରାରେ ଲୁଣ ଖାଇବା ଦରକାର ନହେଲେ ଶରୀରରେ ଆୟୋଡିନର ମାତ୍ରା ହୋଇପାରେ ।
ସୋନମ ସୋସିଆଲ ମିଡିଆରେ ଲେଖିଥିଲେ, ‘ସମସ୍ତ ଭେଜିଟେରିଆନ ଲୋକଙ୍କ ପାଇଁ ଜରୁରି ନୋଟ ! ଦୟାକରି ଧ୍ୟାନ ରଖନ୍ତୁ ଆପଣ ଆୟୋଡିନ ଯୁକ୍ତ ଲୁଣର ବ୍ୟବହାର କରନ୍ତୁ । ନିକଟରେ ଜଣାପଡିଲା ଯେ ମୋ ଶରୀରରେ ଆୟୋଡିନର ମାତ୍ରା କମ ରହିଛି । ଏହାକୁ ଦୂର କରିବା ପାଇଁ ଟେବୁଲ ସଲ୍ଟ ବ୍ୟବହାର କରିବା ସବୁଠାରୁ ସହଜ ମାଧ୍ୟମ । ସମସ୍ତଙ୍କୁ ଧନ୍ୟବାଦ । ଲଭ ୟୁ !’
ଫିଲ୍ମ ବିଷୟରେ କହିବାକୁ ଗଲେ ସୋନମ ଖୁବ ଶୀଘ୍ର ଦଲକେର ସଲମାନଙ୍କ ସହିତ ଫିଲ୍ମ ‘ଦ ଜୋୟା ଫ୍ୟାକ୍ଟର’ରେ ନଜର ଆସିବେ । ଫିଲ୍ମକୁ ଅଭିଷେକ ବର୍ମା ନିର୍ଦ୍ଦେଶନା ଦେଉଛନ୍ତି । ଫିଲ୍ମ ୨୦ ସେପ୍ଟେମ୍ବର ୨୦୧୯ରେ ରିଲିଜ ହେବ ।