ପୁଣି ଆସିଲା ସାହୋ’ର ଆଉ ଏକ ପୋଷ୍ଟର,ନଜର ଆସିଲା ଶ୍ରଦ୍ଧା ଏବଂ ପ୍ରଭାସଙ୍କ କେମେଷ୍ଟ୍ରି
ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୂର ଏବଂ ପ୍ରଭାସ ତାଙ୍କର ଆଗାମୀ ଫିଲ୍ମ ସାହୋ’ର ରିଲିଜ ପାଇଁ ପ୍ରସ୍ତୁତ ହୋଇ ସାରିଲେଣି । ନିକଟରେ ଫିଲ୍ମରେ ଟ୍ରେଲର ରିଲିଜ ହୋଇଥିଲା ଏବଂ ଦର୍ଶକ ଏହାକୁ ଯଥେଷ୍ଟ ପସନ୍ଦ କରିଥିଲେ । ଏବେ ଫିଲ୍ମର ଏହି ନୂଆ ଯୋଡ଼ି ପୁଣିଥରେ ଇଂଷ୍ଟାଗ୍ରାମରେ ଏକ ନୂଆ ପୋଷ୍ଟର ଶେୟାର କରିଛନ୍ତି । ଫଟୋରେ ପରସ୍ପର ହଜି ଯାଇଥିବା ନଜର ଆସିଛନ୍ତି ।
ଶ୍ରଦ୍ଧା କ୍ୟାପ୍ସନରେ ଲେଖିଛନ୍ତି ଆକ୍ସନ, ରୋମାନ୍ସ ଥ୍ରିଲ ।ସସପେନ୍ସ । ବର୍ଷର ଆକ୍ସନ ଥ୍ରିଲର ପାଇଁ ପ୍ରସ୍ତୁତ ହୋଇଯାଅ । ସାରା ଦୁନିଆରେ ୩୦ ଅଗଷ୍ଟକୁ ସାହୋ’ ରିଲିଜ ହେବ ।
ଫିଲ୍ମ ରିଲିଜକୁ ଏବେ କେବଳ ୫ ଦିନ ବାକି ରହିଛି । ଫିଲ୍ମରେ ଜ୍ୟାକି ସ୍ରଫ, ନୀଲ ନିତିନ ମୁକେଶ,ମନ୍ଦିରା ବେଦୀ, ଚଙ୍କି ପାଣ୍ଡେ, ମହେଶ ମାଂଜେରେକର ଆଦି ନଜର ଆସିବେ ।