ଏକ ରୋମାଂଟିକ୍ କାହାଣୀକୁ ନେଇ ଓଲିଉଡ୍ ପରଦାରେ ଖୁବଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି ଚଳଚ୍ଚିତ୍ର ‘ତୁ କହିଦେ ଆଇ ଲଭ୍ ୟୁ’ । ଏହି ସିନେମାରେ ନାୟକ ଭାବେ ରାକେଶ ଓ ନାୟିକା ଭାବେ ନଜର ଆସିବେ ଦିବ୍ୟା । ଫିଲ୍ମର ପ୍ରଥମ ଟ୍ରେଲର୍ ନିକଟରେ ରିଲିଜ ହୋଇଛି ।
ଫିଲ୍ମର ଟ୍ରେଲରରେ ଦେଖିବାକୁ ମିଳିଛି ଯେ, ପ୍ରିତି ଓ ଅମର ପରସ୍ପରଠାରୁ ଭିନ୍ନ । ପ୍ରିତିକୁ ଭଲ ପାଇବସେ ଜଣା ଶୁଣା ଗୀତିକାର ଅମର । ଯିଏ ନିଜ ପ୍ରତ୍ୟେକ ଗୀତ ପ୍ରିତି ପାଇଁ ଲେଖିଥାଏ । ହେଲେ ଅମରକୁ ଭଲପାଏ ଆଉ ଏକ ଝିଅ । ଏମିତି ଏକ କାହାଣୀକୁ ନେଇ ଓଲିଉଡରେ ପ୍ରସ୍ତୁତ ହୋଇଛି ଚଳଚ୍ଚିତ୍ର ‘ତୁ କହିଦେ ଆଇ ଲଭ୍ ୟୁ’ । ଏହି ଫିଲ୍ମର ପ୍ରଥମ ଟ୍ରେଲର୍ ମୁକ୍ତିଲାଭ କରିଛି ।
ଫିଲ୍ମରେ ଅମର ଚରିତ୍ରରେ ରାକେଶ ଓ ପ୍ରିତି ଚରିତ୍ରରେ ଦିବ୍ୟାଙ୍କ ଅଭିନୟ ଦେଖିବାକୁ ମିଳିବ । ସେହିପରି ଅନ୍ୟଏକ ନାୟିକା ଭାବେ ଅଭିନେତ୍ରୀ ସନ୍ମାନିତାଙ୍କୁ ଦେଖିବାକୁ ମିଳିବ ଏହି ସିନେମାରେ । ଏହି ଅପକମିଂ ସିନେମାର ପ୍ରଯୋଜନା ଭାର ତୁଲାଇଛନ୍ତି ବିକ୍ରମ୍ ମହାପାତ୍ର । ଆଉ ଏହି ସିନେମାର କାହାଣୀ, ସ୍କ୍ରିନପ୍ଲେ ସହ ନିର୍ଦ୍ଦେଶନା ଦେଇଛନ୍ତି ସତ୍ୟବ୍ରତ ନାୟକ । ସେପ୍ଟେମ୍ବର ୧୩ ତାରିଖରେ ପରଦାକୁ ଆସିବ ଚଳଚ୍ଚିତ୍ର ‘ତୁ କହିଦେ ଆଇ ଲଭ୍ ୟୁ’ ।