ଏହି ଭିଡ଼ିଓ ଦେଖିବା ପରେ ଆପଣ ମଧ୍ୟ କହିବେ ପୁଣିଥରେ ହୃଦୟ ଜିତିନେଲେ ଅକ୍ଷୟ କୁମାର
ଅକ୍ଷୟ କୁମାର ବଲିଉଡର ବେଷ୍ଟ ଆକ୍ଟର ହେବା ସହିତ ଜଣେ ଭଲ ବାପା ଏବଂ ଭଲ ପୁଅ ମଧ୍ୟ । ଆକ୍ଟରଙ୍କୁ ଲୋକ ଅନସ୍କ୍ରିନରେ ଦେଖିôବାକୁ ଯେତିକି ପସନ୍ଦ କରନ୍ତି ଅଫସ୍କ୍ରିନରେ ମଧ୍ୟ ଦେଖିବାକୁ ସେତିକି ପସନ୍ଦ କରନ୍ତି । ନିକଟରେ ଅକ୍ଷୟ ଏଭଳି ଏକ କାମ କରିଛନ୍ତି ଯାହାପରେ ତାଙ୍କୁ ଫ୍ୟାନ୍ସ ଖୁବ ପ୍ରଶଂସା କରୁଛନ୍ତି ।
ବାସ୍ତବରେ ଅକ୍ଷୟ ଏକ ଭିଡ଼ିଓ ଶେୟାର କରିଛନ୍ତି ଯେଉଁଥିରେ ସେ ତାଙ୍କ ମା’ଙ୍କ ସହିତ ଲଣ୍ଡନରେ ବୁଲୁଥିବାର ନଜର ଆସିଛନ୍ତି । ଯେଉଁ କାମଟି ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି ତାହା ହେଉଛି ତାଙ୍କ ମା’ଙ୍କୁ ହ୍ୱିଲଚେୟାରରେ ବୁଲାଇବା ଦୃଶ୍ୟ । ଅକ୍ଷୟ ଏବେ ଲଣ୍ଡନରେ ସୁଟିଂରେ ବ୍ୟସ୍ତ ଅଛନ୍ତି କିନ୍ତୁ ମା’ଙ୍କ ପାଇଁ ସମୟ ବାହାର କରିବାକୁ ଭୁଲି ନାହାଁନ୍ତି ।
କହିରଖୁଛୁ ଭିଡ଼ିଓ ଶେୟାର କରି ଅକ୍ଷୟ କ୍ୟାପ୍ସନ ଦେଇଛନ୍ତିଯେ ମା’ଙ୍କ ସହିତ ସମୟ ବିତାଇବା ପାଇଁ ସୁଟିଂକୁ କିଛି ଦିନ ସାଇଡ କରିଦେଇଛି । ତେବେ ଏହା ସହିତ ଅନ୍ୟ ମାନଙ୍କୁ ମଧ୍ୟ ସେହିଭଳି ନିଜ ବାପାମା’ଙ୍କ ସହିତ ସମୟ ବିତାଇବା ପାଇଁ ପରାମର୍ଶ ଦେଇଛନ୍ତି ବଲିଉଡ ଖିଲାଡ଼ୀ କୁମାର ।