ଅଶାଳୀନ କମେଣ୍ଟରେ ଲାଇକ କରିବାରୁ ବିଜେପି ସାଂସଦଙ୍କ ଉପରେ ବର୍ଷିଲେ ସ୍ୱରା ଭାସ୍କର, କ୍ଷମା ମାଗିଲେ ସାଂସଦ
ନିଜର ବିନ୍ଦାସ ଅନ୍ଦାଜ ପାଇଁ ଜଣାଯାଉଥିବା ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କର ଏବେ ବିଜେପି ସାଂସଦ ଲଲୁ ସିଂଙ୍କୁ କଡ଼ା ଜବାବ ଦେଇଛନ୍ତି । ପ୍ରାୟତଃ ସୋସିଆଲ ମିଡିଆରେ ସକ୍ରିୟ ରହୁଥିବା ସ୍ୱରା ସବୁବେଳେ ସାମାଜିକ ଓ ରାଜନୈତିକ ପ୍ରସଙ୍ଗରେ ନିଜର ରାୟ ରଖନ୍ତି । ନିକଟରେ ଅଭିନେତ୍ରୀ ସେଭଳି କିଛି ମତାମତ ସୋସିଆଲ ମିଡିଆରେ ରଖିଥିଲେ । ଜଣେ ୟୁଜରସଙ୍କ ଅଶାଳୀନ କମେଂଟକୁ ବିରୋଧ କରି ସ୍ୱରା ନିଜ ଟୁଇଟର ପେଜରେ ଏହାକୁ ପୋଷ୍ଟ କରିଥିଲେ ।
मर्यादा पुरूषोत्तम श्री रामचंद्र की नगरी अयोध्या के सांसद @LalluSinghBJP आपके handle ने कल रात एक ट्वीट ‘like’ किया था! आपका वो छोटा सा action एक बहुत गहरी सामाजिक समस्या और मानसिकता को दर्शाता है। कृपया मेरा संदेश पढ़ने का कष्ट करें! ?? #notcool #notokay pic.twitter.com/wO5O6SjEI0
— Swara Bhasker (@ReallySwara) September 3, 2019
ଅଭିନେତ୍ରୀଙ୍କ ପୋଷ୍ଟ କରିଥିବା ସମ୍ବେଦନଶୀଳ ପୋଷ୍ଟ ଉପରେ ଲାଇକ ଦେଇଥିଲେ ସାଂସଦ । ଯାହାକୁ ନେଇ ସ୍ୱରା ରାଗ ପ୍ରକାଶ କରିବା ସହ ବିଜେପି ସାଂସଦଙ୍କୁ କଡା ସମାଲୋଚନା କରିଥିଲେ । ଅଶାଳୀନ କମେଂଟ ଓ ସାଂସଦଙ୍କ ଲାଇକ କରିଥିବା ପେଜକୁ ସ୍କ୍ରିନସଟକୁ ସ୍ୱରା ପୁର୍ନବାର ପୋଷ୍ଟ କରିଥିଲେ । ଏଥିସହ ସାଂସଦଙ୍କୁ ପରାର୍ମଶ ଦେବା ଆଳରେ ଏଭଳି ନକରିବାକୁ କହିଥିଲେ ଅଭିନେତ୍ରୀ । ସ୍ୱରା କହିଥିଲେ ସାଇବର ଉତ୍ପୀଡନ ଭଳି ଘଟଣାର ପୋଷ୍ଟରେ ଲାଇକ କରି ଆପଣମାନେ ଏହାକୁ ଅଧିକ ପ୍ରୋତ୍ସାହିତ କରୁଛନ୍ତି ।
बहुत धन्यवाद श्री @lallusinghbjp जी आपके स्पष्टीकरण के लिए। और इस शालीन प्रतिक्रिया के लिए भी आपका धन्यवाद। ?????? https://t.co/IpMcoh0rDd
— Swara Bhasker (@ReallySwara) September 3, 2019
ମହିଳାଙ୍କ ସୁରକ୍ଷା ପ୍ରତି ସଜାଗ ହେବା ଆବଶ୍ୟକତା ରହିଛି । ଏଭଳି କମେଂଟ ଓ କମେଂଟ ଉପରେ ଲାଇକ ଆପଣଙ୍କ ପଦକୁ ଶୋଭା ଦେଉନଥିବା କହିଛନ୍ତି ସ୍ୱରା । କିଛି ଘଂଟା ମଧ୍ୟରେ ପବ୍ଲିକ ପ୍ଲାଟଫର୍ମରେ ସାଂସଦଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହେବା ପରେ ତରୁନ୍ତ ସେ ସ୍ୱରାଙ୍କୁ କ୍ଷମା ମାଗିଥିବା ଜଣାପଡିଛି । ଅଜଣାତରେ ଏଭଳି ଲାଇକ ଦେବା ସହ ଘଟଣାକୁ ନେଇ ସେ ଦୁଃଖିତ ଥିବା କହିଛନ୍ତି ବିଜେପି ସାଂସଦ । ନେତା ସ୍ପଷ୍ଟୀକରଣ ସହ ଭୁଲ ମାଗିବ ପରେ ସ୍ୱରା ରିଟୁଇଟ କରି ତାଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଥିଲେ ।