୩ବର୍ଷର ଝିଅ ବିୟର ବାର ପହଂଚି ମାଗିଲେ ଏଭଳି କିଛି ଆଶ୍ଚର୍ଯ୍ୟ ହୋଇଗଲେ ଲୋକେ, ଦେଖନ୍ତୁ ଭିଡିଓ !
ପିଲାଙ୍କୁ ଭୋକ ଲାଗିଲେ ଖୁବ କାନ୍ଦନ୍ତି ଏବଂ ନଖରା କରନ୍ତି , କିନ୍ତୁ ମାୟଲା ସେଭଳି ନୁହଁନ୍ତି । ୩ବର୍ଷର ଝିଅ କ୍ରୋଏଶିୟାର ଡବ୍ରୋଠ୍ନେିକରେ ପରିବାର ସହ ଛୁଟି କାଟିବା ପାଇଁ ଆସିଥିଲେ ମାୟଲା ଏଣ୍ଡରସନ । ତାଙ୍କୁ ଭୋକ ଲାଗିବାରୁ ସେ ବାପା-ମାଙ୍କୁ କହିଥିଲେ । ତାଙ୍କ ବାପା-ମା କ୍ଷୀର ବ୍ୟାଗ ଭୂଲି ଚାଲି ଆସିଥିଲେ । ଯାହାପରେ ଝିଅ ଜଣକ ବିୟର ବାରରେ ପହଂଚି ଯାଇଥିଲେ ।
ତାଙ୍କ ପରିବାର ପୁଲରେ ସେହି ସମୟରେ ମସ୍ତି କରୁଥିଲେ । ସେ ବିୟର ବାରରେ ପହଂଚି ସେଠାରେ କ୍ଷୀର ମାଗିଥିଲେ । ଝିଅ ଏଭଳି କହିବା ଦେଖି ସବୁ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସମସ୍ତଙ୍କୁ ଲାଗିଥିଲା ଯେ ବାର ଟେଣ୍ଡର ଝିଅକୁ ସିଧାସଳଖ ମନା କରିଦେବ । କିନ୍ତୁ ସେ କ୍ଷୀର ଭରା ଗ୍ଲାସ ପିଲାକୁ ଦେଇଥିଲେ । ଏହି ଭିଡିଓକୁ ଝିଅର ବାପା ବେନ ଏଣ୍ଡରସନ ରେକର୍ଡ କରିଥିଲେ ।
My daughter is actually something else. We told her there was no milk in the baby bag so she got out the pool and took herself to the bar to go and ask for some and the bar staff actually served her a glass ?? pic.twitter.com/AxhKZK1Soj
— Ben Anderson (@IAmBenAnderson) August 26, 2019
ତାଙ୍କ ମା’ କହିଛନ୍ତି ବାସ୍ତବରେ ତାଙ୍କ ଝିଅ ଆଉ କିଛି ଅଟେ । ସେ ଝିଅକୁ କହିଥିଲେ ସେ ବ୍ୟାଗ ଭୂଲି ଯାଇଛନ୍ତି ଏବଂ ବାରକୁ ଯାଇ ସେଠାରେ ତାଙ୍କୁ ତାଙ୍କ ଖାଇବା ମାଗିବାକୁ ପଡିବ । ଏହି କାରଣରୁ ଷ୍ଟାଫ ଝିଅକୁ କ୍ଷୀର ଗ୍ଲାସ ଧରାଇଥିଲେ ।