ଜନ୍ମଦିନରେ ଋଷି କପୁରଙ୍କୁ କିଏ କଲା ନିରାଶ ? ଅଭିନେତା ଟ୍ୱିଟରରେ ପ୍ରକାଶ କଲେ ରାଗ
ଅଭିନେତା ଋଷି କପୁର ବୁଧବାର ନିଜର ୬୭ ତମ ଜନ୍ମଦିନ ପାଳନ କରିଛନ୍ତି । ଗୋଟିଏ ପଟେ ଜନ୍ମଦିନରେ ଫ୍ୟାନ୍ସ ତାଙ୍କୁ ଅନେକ ଶୁଭେଚ୍ଛା ଦେବା ସହିତ ତଙ୍କର ସ୍ୱାସ୍ଥ୍ୟ ପାଇଁ ମଧ୍ୟ ପ୍ରାର୍ଥନା କରିଥିବା ବେଳେ ଚିକିତ୍ସା ପାଇଁ ନ୍ୟୁୟର୍କରେ ଥିବା ଋଷି କପୁର ଜନ୍ମଦିନରେ ନିରାଶ ନଜର ଆସିଛନ୍ତି ।
ଅସଲରେ ଜନ୍ମଦିନରେ ଋଷି କପୁର ପତ୍ନୀ ନିତୁ ସିଂଙ୍କ ସହିତ ନ୍ୟୁୟର୍କର ଏକ ରେଷ୍ଟୁରାଣ୍ଟରେ ଡିନର କରିବା ପାଇଁ ପହଁଚିଥିଲେ । କିନ୍ତୁ ସେଠାରେ ତାଙ୍କ ଅନୁଭବ କିଛି ଭଲ ନଥିଲା । ଏହା ପରେ ଏହାକୁ ନେଇ ଅଭିନେତା ଋଷି କପୁର ଟ୍ୱିଟରରେ ନିଜର ରାଗକୁ ପ୍ରକାଶ କରିଛନ୍ତି ।
Birthday dinner with Neetu at “Daniel” Bouluds flagship restaurant at 65th between Park and Mad.. Disappointed. Highly over rated,over priced and arrogant. Not recommended at all. One kick up their ass and this is a foodie saying so. pic.twitter.com/sgpuhLvw5x
— Rishi Kapoor (@chintskap) September 5, 2019
ଋଷି କପୁର ଟ୍ୱିଟ କରି ଲେଖିଛନ୍ତି, ଜନ୍ମଦିନରେ ସେ ନିତୁଙ୍କ ସହିତ ନ୍ୟୁୟର୍କର ‘Daniel Bouluds flagship restaurant’ ରେଷ୍ଟୁରାଣ୍ଟରେ ଡିନର ପାଇଁ ଯାଇଥିଲେ । ଋଷିଙ୍କ ଅନୁସାରେ ଏହି ରେଷ୍ଟୁରାଣ୍ଟ ଖୁବ ମହଙ୍ଗା ଏବଂ ଆରୋଗେଣ୍ଟ । ଏହା ସହିତ ଋଷି ସମସ୍ତଙ୍କୁ ସେଠାକୁ ନଯିବା ପାଇଁ ଅପିଲ କରିଛନ୍ତି ।
କହିରଖୁଛୁ ଯେ, ଚିକିତ୍ସା ପାଇଁ ଋଷି କପୁର ଏବେ ନ୍ୟୁୟର୍କରେ ଅଛନ୍ତି । ତାଙ୍କ ସହିତ ପତ୍ନୀ ନିତୁ ସିଂ ମଧ୍ୟ ସେଠାରେ ଅଛନ୍ତି । ସମୟ ସମୟରେ ଅନେକ ସେଲିବ୍ରିଟି ଋଷିଙ୍କୁ ଦେଖା କରିବା ପାଇଁ ସେଠାକୁ ଯାଉଥିବା ମଧ୍ୟ ଦେଖିବାକୁ ମିଳିଥାଏ ।