ଭୁଲିଗଲେ ବାଦ ବିବାଦ, ସମସ୍ତଙ୍କ ସାମ୍ନାରେ ଐଶ୍ୱର୍ଯ୍ୟାଙ୍କ ପତି ଓ ପୂର୍ବ ପ୍ରେମିକ ପରସ୍ପରକୁ କଲେ…………….
ସାଧାରଣ ଲୋକ ନୁହଁନ୍ତି ବରଂ ବଲିଉଡ ସେଲିବ୍ରେଟୀଙ୍କ ମଧ୍ୟରେ ବାଦ ବିବାଦ ମଧ୍ୟ ଲାଗି ରହେ । ଥରେ ନୁହେଁ ବରଂ ଏଭଳି ଘଟଣା ବାରମ୍ବାର ଦେଖିବାକୁ ମିଳିଛି । ତେବେ ଖୁବ ଅଛନ୍ତି ଯେଉଁମାନେ ପୁରୁଣା ରାଗରୁଷାକୁ ଭଲି ପୁଣିଥରେ ମଧୁର ସଂପର୍କ ଗଢନ୍ତି । ତେବେ ସେହିଭଳି ଏକ ଉଦାହରଣ ବର୍ତ୍ତମାନ ଦେଖିବାକୁ ମିଳିଛି ।
ବଲିଉଡ୍ କଳାକାର ଅଭିଷେକ ବଚ୍ଚନ ଓ ବିବେକ ଓବରାଏଙ୍କ ମଧ୍ୟରେ ଉପୁଜିଥିବା ତିକ୍ତତାର କାରଣ କାହାକୁ ବା ଅଛପା! ବିବେକ ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ପୂର୍ବତନ ପ୍ରେମିକ ହୋଇଥିବା ବେଳେ ଅଭିଷେକ ହେଉଛନ୍ତି ତାଙ୍କ ସ୍ୱାମୀ। ଐଶ୍ୱର୍ଯ୍ୟାଙ୍କ ପାଇଁ ଉପୁଜିଥିବା ଅଭି-ବିବେକଙ୍କର ଏହି କଳହ ବହୁ ଦିନର ପୁରୁଣା। ପୂର୍ବରୁ ଅନେକ ଉତ୍ସବରେ ସେ ଦୁହେଁ ପରସ୍ପର ସହ ଦେଖା ହୋଇଥିଲେ ବି ମୁହଁ ମୋଡ଼ି ଚାଲି ଯାଉଥିବାର ଭିିଡିଓ ଭାଇରାଲ୍ ହୋଇଛି। ମାତ୍ର ନିକଟରେ ଏକ ଚମତ୍କାର ଘଟିଛି। ଅଭିଷେକ ଓ ବିବେକ ପରସ୍ପରଙ୍କୁ ଆଲିଙ୍ଗନ କରୁଥିବାର ଏକ ଦୃଶ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି।
ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ବିଶ୍ୱ ଚାମ୍ପିୟନସିପ୍ରେ ଭାରତୀୟ ବ୍ୟାଡ୍ମିଣ୍ଟନ୍ ଖେଳାଳି ପିଭି ସିନ୍ଧୁ ବିଜୟୀ ହୋଇ ସ୍ୱର୍ଣ୍ଣ ପଦକ ହାତେଥିବା ପରେ ସାହାରା ଇଣ୍ଡିଆ ପକ୍ଷରୁ ତାଙ୍କୁ ଅଭିନନ୍ଦନ ଦେବା ପାଇଁ ଏକ ଉତ୍ସବର ଆୟୋଜନ କରାଯାଇଥିଲା। ଏହି ଉତ୍ସବରେ ବିଗ୍ ବି ଅମିତାଭ୍ ବଚ୍ଚନଙ୍କ ଠାରୁ ନେଇ ଜିତେନ୍ଦ୍ର ଆଦି ବଲିଉଡ୍ ଷ୍ଟାର୍ ସିନ୍ଧୁଙ୍କୁ ଭେଟି ଅଭିନନ୍ଦନ ଜଣାଇଥିଲେ। ସେହି ଉତ୍ସବରେ ମୁହାଁମୁହିଁ ହୋଇଥିଲେ ଅଭିଷେକ ଓ ବିବେକ। ତାଙ୍କୁ ପ୍ରଥମ ଥର ପାଇଁ ପରସ୍ପରଙ୍କୁ ଆଲିଙ୍ଗନ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି। କେବଳ ସେତିକି ନୁହେଁ, ବିବେକଙ୍କ ପୂରା ପରିବାର ବଚ୍ଚନ ପରିବାର ସହ ଭେଟ ହୋଇ କଥା ହୋଇଛନ୍ତି।