ଫିଲ୍ମ ସେଟରୁ ଭିଡିଓ ଭାଇରାଲ, ସବୁ ଦୁଃଖକୁ ଭୁଲି ଇଶାନଙ୍କ ସହିତ ହସୁଥିବାର ନଜର ଆସିଲେ ଜାହ୍ନବୀ
ବଲିଉଡ ଅଭିନେତ୍ରୀ ଶ୍ରୀଦେବୀଙ୍କ ନିଧନ ପରେ ତାଙ୍କ ଝିଅ ଜାହ୍ନବୀ କପୁର ଫିଲ୍ମ ‘ଧଡକ’ର ସୁଟିଂ ଆରମ୍ଭ କରିଦେଇଛନ୍ତି । କିଛି ଦିନ ପୂର୍ବରୁ ଜାହ୍ନବୀଙ୍କର କିଛି ଫଟୋ ସାମ୍ନାକୁ ଆସିଥିଲା । ଫଟୋରେ ଜାହ୍ନବୀ ଖୁବ ସରଳ ଏବଂ ସୁନ୍ଦର ଦେଖାଯାଉଥିଲେ । ବର୍ତ୍ତମାନ ନିକଟରେ ପୁଣି ଥରେ ‘ଧଡକ’ ସେଟରୁ ଜାହ୍ନବୀ ଏବଂ ଇଶାନ ଖଟ୍ଟରଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ।
ଏହି ଭିଡିଓରେ ଜାହ୍ନବୀ ୟେଲୋ ରଙ୍ଗର ପୋଷାକ ପିନ୍ଧିଥିବା ବେଳେ ଇଶାନ ବ୍ଲୁ ବ୍ଲେଜର ଏବଂ ୟେଲୋ ସାର୍ଟ ପିନ୍ଧିଥିବା ନଜର ଆସିଛି । ଭିଡିଓରେ ଜାହ୍ନବୀ ଇଶାନଙ୍କ ସହିତ କଥା ହେଇଥିବା ଦେଖିବାକୁ ମିଳିଛି ଏବଂ ଇଶାନ ଚୁପଚାପ ଠିଆ ହୋଇ କିଛି ଚିନ୍ତା କରୁଥିବା ନଜର ଆସିଛି । ଏହି ଭିଡିଓକୁ ଇଶାନ ଖଟ୍ଟର ଟିମ ନାମରେ ଜାରୀ କରାଯାଇଛି । ଏହା ଫିଲ୍ମର ପ୍ରଥମ ପର୍ଯ୍ୟୟ ସୁଟିଂର ବୋଲି ଜଣାପଡୁଛି ।
କହିରଖୁଛୁ ଯେ ଫିଲ୍ମର ସୁଟିଂ ଚାଲିଥିବା ବେଳେ ଜାହ୍ନବୀଙ୍କ ମା’ ଶ୍ରୀଦେବୀଙ୍କର ନିଧନ ହୋଇଥିଲା । ଶ୍ରୀଦେବୀଙ୍କ ନିଧନର ୧୩ ଦିନ ପରେ ଜାହ୍ନବୀ ସୁଟିଂ ସେଟକୁ ଫେରିଥିଲେ ଏବଂ ଏହି କାରଣରୁ ଜାହ୍ନବୀଙ୍କ ପ୍ରତି ସମସ୍ତଙ୍କର ସମ୍ମାନ ମଧ୍ୟ ବଢିଯାଇଛି ।
ଫିଲ୍ମ ‘ଧଡକ’ ସୁପରହିଟ ମରାଠି ଫିଲ୍ମ ‘ସୈରାଠ’ର ହିନ୍ଦୀ ରିମେକ । କରଣ ଜୋହରଙ୍କ ପ୍ରଡକ୍ସନ ବ୍ୟାନରରେ ଏହି ଫିଲ୍ମଟି ନିର୍ମାଣ କରାଯାଉଛି । ଏହି ଫିଲ୍ମକୁ ୩୦ ଜୁଲାଇ ଭିତରେ ରିଲିଜ କରାଯିବା ବେଲି ସୂଚନା ମିଳିଛି ।