ପ୍ରତେକଦିନ ଖାଦ୍ୟରେ ସାମିଲ କରନ୍ତୁ ଗୋଲମରିଚ, ମିଳିବ ଅନେକ ଫାଇଦା
ଆୟୁର୍ବେଦ ବିଶେଷଜ୍ଞଙ୍କ ମତରେ ନିୟମିତ ଭାବେ ଗୋଲମରିଚ ବ୍ୟଞ୍ଜନରେ ସାମିଲ କରିବା ସହିତ ପାନୀୟରେ ଏହାକୁ ସାମିଲ କରିବା ଦ୍ୱାରା ଅନେକ ଲାଭ ମିଳିଥାଏ । ଏହା ଶରୀର ଉପରେ ଅନେକ ଉତ୍ତମ ପ୍ରଭାବ ପକାଇଥାଏ ।
- ଦୈନିକ ସକାଳବେଳା ୧ ଗିଲାସ ନଖଉଷୁମ ପାଣିରେ ଗୋଲମରିଚ ଗୁଣ୍ଡ ଅଧ ଚାମଚ ମିଶାଇ ପିଇଲେ ଶରୀରର ରୋଗପ୍ରତିରୋଧକ ଶକ୍ତି ବଢିଥାଏ ।
- ଏହା ସହିତ ଗୋଲମରିଚ ଚା’ ପିଇଲେ ପେଟସଫା ହେବା ସହିତ ସର୍ଦିରୁ ରକ୍ଷା ମଧ୍ୟ ମିଳିଥାଏ ।
- ମେଦହ୍ରାସ କରିବାକୁ ଚାହୁଁଥିଲେ ପ୍ରତ୍ୟହ ଏହି ଗୋଲମରିଚ ମିଶା ପାଣି କିମ୍ବା ଚା’ ପିଇବା ଲାଭଦାୟକ ହୋଇଥାଏ ।
- ଗୋଲମରିଚ ଆବଶ୍ୟକ ପରିମାଣରେ ପ୍ରତ୍ୟହ ଖାଇଲେ ଶରୀରକୁ ପଚୁର ପୋଷକତତ୍ତ୍ୱ ମିଳିଥାଏ ।
- ଏହି ଗୁଣ୍ଡକୁ ଚା’ରେ ମିଶାଇ ପିଇଲେ ଶୀଘ୍ର ଥକ୍କା ଲଗେନାହିଁ ବୋଲି ପରୀକ୍ଷାରୁ ପ୍ରମାଣିତ ହୋଇଛି ।
- ବିଭିନ୍ନ ବ୍ୟଞ୍ଜନରେ ଗୋଲମରିଚର ଉପଯୋଗ କରିବା ଦ୍ୱାରା ଖାଦ୍ୟ ଭଲଭାବେ ହଜମ ହୋଇଥାଏ ବୋଲି ବିଶେଷଜ୍ଞମାନେ ମଧ୍ୟ ମତ ଦେଇଛନ୍ତି ।