ଏହି ଯୁବତୀଙ୍କୁ ବିବାହ କରିପାରନ୍ତି ଅଭିନେତା ଅଧ୍ୟୟନ ସୁମନ, ସୋସିଆଲ ମିଡିଆରେ ଜୋର ଧରିଲା ଚର୍ଚ୍ଚା
ବଲିଉଡ୍ ଅଭିନେତା ଶେଖର ସୁମନଙ୍କ ପୁଅ ଅଧ୍ୟୟନ ଖୁବ୍ ଶୀଘ୍ର ବିବାହ କରି ପାରନ୍ତି । ସ୍ପ୍ଲିଟ୍ସ ଭିଲା ପ୍ରତିଯୋଗୀ ମାୟରା ମିଶ୍ରାଙ୍କୁ ସେ ବିବାହ କରିବେ ବୋଲି ଚର୍ଚ୍ଚା ଜୋର ଧରିଛି । ଦୁହିଁଙ୍କ ମଧ୍ୟରେ ବଢ଼ୁଥିବା ନିବିଡ଼ତା ଏବଂ ସୋସିଆଲ ମିଡିଆରେ ପୋଷ୍ଟ କରାଯାଉଥିବା ଫଟୋକୁ ଦେଖି ଏଭଳି ଚର୍ଚ୍ଚା କରିବାରେ ଲାଗିଛନ୍ତି ଲୋକେ । ପେସାଦାର ଜୀବନ ଅପେକ୍ଷା ସବୁବେଳେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହୁଥିବା ଅଧ୍ୟୟନ ଏବେ ନିଜ ବିବାହକୁ ନେଇ ଚର୍ଚ୍ଚାରେ ରହିଛନ୍ତି ।
ଇନ୍ଷ୍ଟାରେ ଅଧ୍ୟୟନ ସେୟାର କରିଥିବା ଫଟୋ ଓ ଲେଖିଥିବା କ୍ୟାପ୍ସନକୁ ଦେଖି ଲୋକେ ଦୁହେଁ ବିବାହ କରି ପାରନ୍ତି ବୋଲି କହିବା ଆରମ୍ଭ କରିଛନ୍ତି । ଦୁହେଁ ସାଥୀରେ କରିଥିବା ଏକ ଗୀତର ଫଟୋ ସେୟାର କରି କ୍ୟାପ୍ସନରେ ଅଧ୍ୟୟନ ଲେଖିଛନ୍ତି, ସେ ସରଳପଣ……ସୋନିଓ ୨.୦….ଏହି ଗୀତରେ ତୁମେ ସବୁଠାରୁ ଭଲ ପ୍ରଦର୍ଶନ କରିଥିଲ । ଆଗାମୀ ସେନୋରିଟାକୁ ନେଇ ଘୋଷଣା କରିବା ପାଇଁ ଅପେକ୍ଷା କରି ପାରିବି ନାହିଁ । କ’ଣ କହୁଛ ?
ଏହାର ଉତ୍ତର ରଖି ମାୟରା କହିଛନ୍ତି, ବହୁତ ଭଲ ପାଇବା ଏବଂ ଧନ୍ୟବାଦ୍ । ମୁଁ ଆଗାମୀ ଘୋଷଣାକୁ ନେଇ ଖୁବ୍ ଉତ୍ସାହିତ । ଶୀଘ୍ର ଘୋଷଣା କରିବା ।