Only for Entertainment

ସଂଜୟ ଲୀଲା ଭଂସାଲୀଙ୍କ ଫିଲ୍ମ ‘ଇଂଶାଲ୍ଲାହ’ରେ ସଲମାନଙ୍କୁ ରିପ୍ଲେସ କରିବେ କି ହ୍ରିତିକ ରୋଶନ

google
28

ସଂଜୟ ଲୀଲା ଭଂସାଲୀଙ୍କ ଫିଲ୍ମ ‘ଇନ୍ସାଆଲ୍ଲାହ’ ପ୍ରଥମେ ସଲମାନ ଖାନ ଓ ଆଲିଆ ଭଟ୍ଟଙ୍କ କାଷ୍ଟିଂକୁ ନେଇ ଚର୍ଚ୍ଚାରେ ଥିଲା । ପରେ ଯେତେବେଳେ ସଲମାନ ଏହି ପ୍ରୋଜେକ୍ଟରୁ ଛାଡିଦେଲେ ସେତବେଳେ ଦବଙ୍ଗ ଖାନ ଏହି ପ୍ରୋଜେକ୍ଟ ଛାଡିଥିବାରୁ ମଧ୍ୟ ଖୁବ ଚର୍ଚ୍ଚାରେ ରହିଥିଲା । ଏହା ଭିତରେ ଏପରି ମଧ୍ୟ ଶୁଣିବାକୁ ମିଳିଥିଲା ଯେ, ଭଂସାଲୀ ତାଙ୍କର ଏହି ପ୍ରୋଜେକ୍ଟକୁ ବନ୍ଦ କରିଦେଇଛନ୍ତି । କିନ୍ତୁ ଭଂସାଲୀ ଏହାକୁ ଗୁଜବ ବୋଲି କହିଥିଲେ ଓ ‘ଇନସାଆଲ୍ଲାହ’ ଖୁବ୍ ଶିଘ୍ର ନିର୍ମାଣ ହେବାକୁ ଯାଉଛି ।

ବର୍ତ୍ତମାନ ମଧ୍ୟ ଆଲିଆ ଭଟ୍ଟ ଏହି ଫିଲ୍ମର ଅଂଶ ହୋଇ ରହିଛନ୍ତି । ସଲମାନଙ୍କ ସ୍ଥାନରେ ଏହି ଫିଲ୍ମରେ କେଉଁ ଅଭିନେତାଙ୍କୁ କାଷ୍ଟ କରାଯିବ ତାକୁ ନେଇ ମଧ୍ୟ କିଛି ଦିନ ଚର୍ଚ୍ଚା ଚାଲିଥିଲା । ଏଥିରେ ପ୍ରଥମେ ଶାହାରୁଖ୍ ଖାନଙ୍କ ପରେ ଭଂସାଲୀଙ୍କ ପ୍ରିୟ ଅଭିନେତା ରଣବୀର ସିଂହଙ୍କ ନାଁ ଆସିଥିଲା । ଏବେ ଏହି ତାଲିକାରେ ଆଉଜଣେ ଅଭିନେତାଙ୍କ ନାଁ ଯୋଡା ଯାଇଛି । ସେ ହେଲେ ବଲିଉଡ୍ ହ୍ୟାଣ୍ଡସମ ଷ୍ଟାର ହ୍ରିତିକ୍ ରୋଶନ । ଏଇ କିଛି ଦିନ ତଳେ ହ୍ରିତିକ ରୋଶନ ଓ ସଂଜୟ ଲୀଲା ଭଂସାଲୀଙ୍କୁ ଏକାଠି ଦେଖିବାକୁ ମିଳିଥିଲା । ଅନୁମାନ କରଯାଉଛି କି ଏହି ସାକ୍ଷାତ  ଫିଲ୍ମ ‘ଇନସାଆଲ୍ଲାହ’ ପାଇଁ ହୋଇଥାଇ ପାରେ । ଏହା ସହିତ ଆଲିଆଙ୍କୁ ମଧ୍ୟ ସଂଜୟଙ୍କ ଅଫିସରେ ଦେଖିବାକୁ ମିଳିଥିଲା ।

ଏହା ପୂର୍ବରୁ ଅଭିନେତା ହ୍ରିତିକ୍ ରୋଶନ ସଂଜୟ ଲିଲା ଭଂସାଲୀଙ୍କ ସହିତ  ଫିଲ୍ମ ‘ଗୁଜାରିଶ’ରେ କାମ କରି ସାରିଛନ୍ତି । ଏହି ସିନେମାଟି ବକ୍ସ ଅଫିସରେ ଭଲ ବ୍ୟବସାୟ କରିନଥିଲେ ମଧ୍ୟ ଏଥିରେ ହ୍ରିତିକ୍ ରୋଶନଙ୍କ ଅଭିନୟକୁ ଦର୍ଶକ ଖୁବ୍ ପ୍ରଂଶସାକରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More