ଗୁଜୁରାଟରେ ହେବାକୁ ଯାଉଛି ନିଆରା ପ୍ରତିଯୋଗିତା, ଯାହା ଆଗରୁ କେବେ ଦେଶରେ ହୋଇନାହିଁ !
ଗୁଜୁରାଟରେ ଏକ ଗଜବ ପ୍ରତିଯୋଗିତା ହେବାକୁ ଯାଉଛି । ଯାହାର ନାଁ’ ରହିଛି ପାଡ ପ୍ରତିଯୋଗିତା । ଦେଶରେ ନିଜ ତରଫରୁ ଏହା ପ୍ରଥମ ପ୍ରତିଯୋଗିତା ଅଟେ । ରିପୋର୍ଟ ମୁତାବକ ଏହି ପ୍ରତିଯୋଗିତାକୁ ସୁରଟର ଯତିନ ସାଙ୍ଗୋଇ ଏବଂ ମୁଲ ସଂଘବୀ ଆୟୋଜନ କରିଛନ୍ତି । ଯାହା ୨୨ସେପ୍ଟେମ୍ବରରେ ସୁରଟରେ ହେବ । ପୁରସ୍କାର ତିନି କ୍ୟାଟାଗୋରୀର (ପ୍ରଥମ ଲମ୍ବା ପାଡ, ଦ୍ୱିତୀୟ ଶବ୍ଦ ପାଡ, ,ତୃତୀୟ ଅର୍ଥାତ ଶେଷ ସୂରରେ)ରହିବ । ଇଂଟରନେଟରେ ଏହାକୁ ନେଇ କିଛି ଲୋକ ମଜା ଲୁଟୁଛନ୍ତି, ତ କେହି କେହି ଏହାକୁ ସମର୍ଥନ କରୁଛନ୍ତି ।
ଏହି ପ୍ରତିଯୋଗିତାରେ ସମସ୍ତ ପ୍ରତିଯୋଗୀଙ୍କୁ ୬୦ସେକେଣ୍ଡ ମିଳିବ । ତେବେ ପ୍ରତିଯୋଗୀ ବିଚାରକଙ୍କ ସାମ୍ନାକୁ ଯିବେ ଏବଂ ପାଡିବେ । ତେବେ ବିଚାରକ ସ୍ଥାନୀୟ ଡାକ୍ତର ଏବଂ ଷ୍ଟାଂଡ ଅପ କମେଡିଆନ ଦେବାଙ୍ଗ ରାୱଲ ହେବେ ।
You are invited ?
FART COMPETITION pic.twitter.com/dXsi6uEM9E— Puneri Speaks™ ?? (@PuneriSpeaks) September 6, 2019
ଯତୀନ ସାଙ୍ଗୋଇ କହିବା ମୂତାବକ ପ୍ରଥମଥର ଦେଶର ସବୁଠାରୁ ଭଲ ପାଡୁଥିବା ବ୍ୟକ୍ତିଙ୍କ ସନ୍ଧାନ କରାଯାଉଛି । ପ୍ରତିଯୋଗୀଙ୍କ ମଧ୍ୟରୁ ତିନି ଜଣ ବିଜେତା ଚୟନ କରାଯିବ ଏବଂ ବିଜେତାଙ୍କୁ ୫୦୦୦ରୁ ୧୫୦୦୦ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ମିଳିବ ।
“Paad Pratiyogita”(Fart Competition)
The first thing I see on a fine Sunday morning
? ? ? ?
*Slow claps*
This was the last thing left to happen on this world#freethefart pic.twitter.com/pwaGAF3WHN— Koo-shi || Hiatus (@jeonjungkooshi) September 15, 2019
ତେବେ ଅନ୍ୟ ଦେଶମାନଙ୍କରେ ଏହିଭଳି ନିଆରା ପ୍ରତିଯୋଗିତା ହୋଇଥାଏ ମାତ୍ର ଆମ ଦେଶରେ ପ୍ରଥମ ଥର ଏଭଳି ପ୍ରତିଯୋଗିତା ହେବାକୁ ଯାଉଛି । କୋଲକାତା, ଦିଲ୍ଳୀ ଏବଂ ଜୟପୁରରୁ ମଧ୍ୟ ଆବେଦନ ଆସୁଛି ।
So #Surat is hosting the first ever “Fart Competition” on Sep 22nd. 100 people have registered already!! Aaand there will be winners from 3 categories: longest, loudest & musical fart.
Sponsorships open for air fresheners & masks. ?#India
— Mehul Gohil (@mehulgohil) September 11, 2019
ତେବେ ଏହି ପାଡ ପ୍ରତିଯୋଗୀତା ପାଇଁ ଏବେ ପର୍ଯ୍ୟନ୍ତ ୫୦ଜଣ ଲୋକ ରେଜିଷ୍ଟ୍ରେସନ କରି ସାରିଲେଣି । ରେଜିଷ୍ଟ୍ରେସନ ମୂଲ୍ୟ ୧୦୦ଟଙ୍କା ରଖା ଯାଇଛି । ତେବେ ଦେଖିବାକୁ ମଜାଦାର ରହିବ ଯେ ଏହି ପ୍ରତିଯୋଗିତାରେ କେତେ ଜଣ ଲୋକ ଭାଗ ନେଉଛନ୍ତି ।