Only for Entertainment

ବଲିଉଡକୁ ଅନେକ ପ୍ରସିଦ୍ଧ ହରର ଫିଲ୍ମ ଉପହାର ଦେଇଥିବା ନିର୍ଦ୍ଦେଶକ ଶ୍ୟାମ ରାମସେଙ୍କ ନିଧନ

latestly
37

ବଲିଉଡକୁ ଦୋ ଗଜ ଜମିନ କେ ନିଚେ, ଦରବାଜା, ପୁରାନା ମନ୍ଦିର, ୱିରାନା, ପୁରାନୀ ହବେଲୀ, ତହଖାନା ପରି ଅନେକ ପ୍ରସିଦ୍ଧ ହରର ଫିଲ୍ମ ଦେଇଥିବା ନିର୍ଦ୍ଦେଶକ ଶ୍ୟାମ ରାମସେଙ୍କ ନିଧମ ହୋଇଯାଇଛି । ୬୭ ବର୍ଷୀୟ ଶ୍ୟାମ ରାମସେ ନିମୋନିଆ ରୋଗରେ ପିଡିତ ଥିଲେ । ରିପୋର୍ଟ ଅନୁସାରେ ଶ୍ୟାମ ରାମସେଙ୍କ ସ୍ୱାସ୍ଥ୍ୟ ମଙ୍ଗଳବାର ରାତିରେ ଖୁବ ବିଗିଡି ଯାଇଥିଲା । ଏହା ପରେ ତାଙ୍କୁ କୋକିଳାବେନ ଧିରୁଭାଇ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ମାତ୍ର ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଛି ।

ଖବର ଅନୁସାରେ ମୁମ୍ବାଇର ବେଲେ ପାର୍ଲେ ଶ୍ମାଶାନ ଗୃହରେ ଆଜି ତାଙ୍କର ଅନ୍ତିମ ସଂସ୍କାର କରାଯିବ । ଶ୍ୟାମ ରାମସେଙ୍କ ପରିବାରରେ ତାଙ୍କର ଦୁଇଟି ଝିଅ ସାଶା ଏବଂ ନମ୍ରତା ଅଛନ୍ତି । ନିଜର ହରର ଫିଲ୍ମ ପାଇଁ ସେ ବଲିଉଡରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ରାମସେ ବ୍ରଦର୍ସ ୧୯୭୦ ଏବଂ ୧୯୮୦ ଦଶକରେ କମ ବଡେଜଟରେ ହରର ଫିଲ୍ମ ନିର୍ମାଣ କରିଥିଲେ ଏବଂ ଏହା ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିଲା ।

କହିରଖୁଛୁ ଯେ, ଶ୍ୟାମ ରାମସେ ୧୯୮୮ରେ ରିଲିଜ ହୋଇଥିବା ନିଜର ହିଟ ହରର ଫିଲ୍ମ ‘ୱିରାନା’ ସିକ୍ୱଲ ନିର୍ମାଣ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । କିନ୍ତୁ ଏହା ପୂରଣ ହୋଇପାରିଲା ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More