ମୁମ୍ବାଇ ମେଟ୍ରୋରେ ଯାତ୍ରା କଲେ ଅକ୍ଷୟ କୁମାର, ଚିହ୍ନି ପାରିଲେନି ଫ୍ୟାନ୍ସ, ଭିଡ଼ିଓ ଭାଇରାଲ
ବଲିଉଡ ଆକ୍ଟର ଅକ୍ଷୟ କୁମାର ତାଙ୍କ ଇଂଷ୍ଟ୍ରାଗାମ ଆକାଉଂଟରେ ଏକ ଭିଡ଼ିଓ ଶେୟାର କରିଛନ୍ତି, ଯେଉଁଥିରେ ସେ ମୁମ୍ବାଇ ମେଟ୍ରୋରେ ଯାତ୍ରା କରୁଥିବାର ନଜର ଆସିଛନ୍ତି । ଅକ୍ଷୟ ତାଙ୍କର ଏହି ଯାତ୍ରାକୁ ନେଇ ଖୁବ ଉତ୍ସାହିତ ଥିବା ନଜର ଆସିଛି । ଭିଡ଼ିଓର କ୍ୟାପ୍ସନରେ ସେ ଲେଖିଛନ୍ତି, ଆଜି ପାଇଁ ମୋ ରାଇଡ ମୁମ୍ବାଇ ମେଟ୍ରୋ । ତେବେ ମେଟ୍ରୋରେ କିଭଳି ୨ ଘଂଟାର ରାସ୍ତାକୁ ସେ ୨୦ ମିନିଟରେ ଅତିକ୍ରମ କରିବେ ସେହି ବିଷୟରେ ସେ ଭିଡ଼ିଓରେ ଜଣାଇଛନ୍ତି ।
View this post on Instagram
ସବୁଠାରୁ ଖାସ କଥା ହେଉଛି ଅକ୍ଷୟ ଭିଡ଼ିଓରେ ଏହା କହୁଛନ୍ତିିଯେ, ମୁଁ ମେଟ୍ରୋରେ ଯାଉଛି, କିନ୍ତୁ ମୋତେ କେହି ଚିହ୍ନି ପାରୁ ନାହାଁନ୍ତି । ଅଳ୍ପ କେହି ଚିହ୍ନିଛନ୍ତି । ମୋ ସହିତ ଫିଲ୍ମ ଗୁଡ ନ୍ୟୁଜର ନିର୍ଦ୍ଦେଶକ ମଧ୍ୟ ଅଛନ୍ତି । ସେ କହିବାରୁ ଆମେ ମେଟ୍ରୋରେ ଆସିଛୁ । ଏହା ଖୁବ ଇଂଟ୍ରେଷ୍ଟିଙ୍ଗ । ସବୁଠାରୁ ଖାସ କଥା ହେଉଛି ଯେତେ ବର୍ଷା ହେଲେ ମଧ୍ୟ ଏହା ବୁଡ଼ିବାର ନାହିଁ, ଖୁବ ସହଜରେ ଏଥିରେ ଯାଇ ହେବ । ତେବେ ଯାହା ହେଉ ମୋତେ ଭାରି ଭଲ ଲାଗୁଛି ଏବଂ ମୋ ସହିତ ଜଣେ ଦୁଇଜଣ ସିକ୍ୟୁରିଟି ଗାର୍ଡ଼ ମଧ୍ୟ ଅଛନ୍ତି ।
ୱର୍କଫ୍ରଂଟ କଥା ଯଦି ଆଲୋଚନା କରିବା ତେବେ ଅକ୍ଷୟ କୁମାର ଖୁବଶୀଘ୍ର ଫିଲ୍ମ ଗୁଡ ନ୍ୟୁଜରେ କରୀନା କପୂରଙ୍କ ସହିତ ନଜର ଆସିବେ ।