ସପନା ଚୌଧୁରୀ ନୂଆ ସଙ୍ଗ ‘ଲୁଟେରା’ ଲୁଟିଲା ହୃଦୟ, ୧୪ଲକ୍ଷ ଲୋକ ଦେଖିଲେ ଏହି ହଟ ଭିଡିଓ !
ହରିୟାଣା ଡାନ୍ସ ସପନା ଚୌଧୁରୀଙ୍କର ନିକଟରେ ନୂଆ ସଙ୍ଗ ‘ଲୁଟେରା’ରିଲିଜ କରାଯାଇଛି । ସୋସିଆଲ ମିଡିଆରେ ଏହି ଗୀତକୁ ଖୁବ ଭଲ ରେସପନ୍ସ ମିଳିଛି । ଏହି ଗୀତରେ ସପନା ପୁଣିଥରେ ନିଜ ଅନ୍ଦାଜରେ ସମସ୍ତଙ୍କୁ ଘାଇଲା କରିଛନ୍ତି । ଏହି ଗୀତ ୟୁୁଟ୍ୟୁବରେ ରିଲିଜ ହୋଇଛି ।
ଗୀତରେ ସପନା ପଂଜାବୀ ସିଙ୍ଗର ‘ଆର୍ ନୈତଙ୍କ ସହ ନଜର ଆସିଛନ୍ତି । ଗୀତରେ ସପନା ନିଜ ଖୁବ ହଟ ଅନ୍ଦାଜରେ ଡାନ୍ସ କରୁଥିବାର ଦେଖିବାକୁ ମିଳିଛି । ସପନାଙ୍କ ମୁୃ୍ୟଜିକ ଭିଡିଓ ଇଂଟରନେଟରେ ଖୁବ ଧମାଲ ମଚାଇବାରେ ଲାଗିଛି । ଏବେ ପର୍ଯ୍ୟନ୍ତ ପାଖାପାଖି ୧୪ଲକ୍ଷ ଥର ଭିଡିଓ ଦେଖାଯାଇ ସାରିଲାଣି ।
ଏହି ଗୀତରେ ପଂଜାବୀ ଏବଂ ହରୟାଣବୀ କମ୍ବିନେସନ ଦେଖିବାକୁ ମିଳିବ । ‘ଆର ନୈତ ଅଫସାନ ଖାନଙ୍କ ସହ ମିଶି ଗୀତକୁ ଗାଇଥିଲେ ।
ଏହାସହ ସପନା ଚୌଧୁରୀ ନିଜ ଶାନଦାର ଡାସିଂ ଷ୍ଟାଇଲରେ ଗୀତକୁ ଆହୁରି ମଜାଦାର ବନାଇ ପାରିବାରେ ସଫଳ ହୋଇଛନ୍ତି ।