ସାମ୍ନାକୁ ଆସିଲା ‘ଦବଙ୍ଗ ୩’ସେଟରୁ ସଲମାନ ଖାନ ଏବଂ ସଇ ମାଂଜରେକରଙ୍କ ଫଟୋ, ସୋସିଆଲ ମିଡିଆରେ ହେଉଛି ଭାଇରାଲ
ବଲିଉଡ ସୁପରଷ୍ଟାର ସଲମାନ ଖାନ ଏବେ ନିଜର ଆଗାମୀ ଫିଲ୍ମ ‘ଦବଙ୍ଗ ୩’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ସଲମାନ ଖାନ ରବିବାର ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ‘ଦବଙ୍ଗ ୩’ ସୁଟିଂ ସେଟର ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଫଟୋ ଭାଇରାଲ ବି ହେବାର ଥିଲା କାରଣ ଏହି ଫଟୋରୁ ଜଣା ପଡିଲା ଯେ ଫିଲ୍ମ ‘ଦବଙ୍ଗ ୩’ରେ ସଲମାନ ଖାନଙ୍କ ଅପୋଜିଟରେ ବଲିଉଡ ଡେବ୍ୟୁ କରିବାକୁ ଯାଉଛନ୍ତି ମହେଶ ମାଂଜରେକରଙ୍କ ଝିଅ ।
ସଲମାନ ସେୟାର କରିଥିବା ଫଟୋରେ ସଲମାନଙ୍କ ସହିତ ସଇ ମାଂଜରେକର ନଜର ଆସିଛନ୍ତି । ଫଟୋରେ ସେ ଅବକଳ ସୋନାକ୍ଷୀଙ୍କ ଲୁକରେ ନଜର ଆସିଛନ୍ତି । ଦୁହିଁଙ୍କ ଯୋଡିକୁ ଫ୍ୟାନ୍ସ ଖୁବ ପସନ୍ଦ କରୁଥିବା ଦେଖିବାକୁ ମିଳିଛି । କହିରଖୁଛୁ ଯେ, ସଲମାନଙ୍କ ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ପ୍ରଭୂଦେବା । ଫିଲ୍ମ ୨୦ ଡିସେମ୍ବରରେ ରିଲିଜ ହେବ ।