ଅଭିନେତା ବରୁଣ ତେଜ ନିୀକଟରେ କହିଛନ୍ତି ଯେ ଯଦି ମଉକା ମିଳେ ତେବେ ସେ ‘ମୁକୁନ୍ଧା’ରେ ଥିବା ନିଜ କୋ-ଷ୍ଟାର ପୂଜା ହେଗଡେଙ୍କ ସହିତ ହୁକଅପ କରିବା ପାଇଁ ଚାହିଁବେ । ବରୁଣ ନିଜର ବିଚାର ବୁଟଙ୍କ ଶୋ’ ‘ଫିଟ ଅପ ୱିଥ ଦ ଷ୍ଟାର୍ସ ତେଲଗୁ’ର ଏକ ଏପିସୋଡରେ ସେୟାର କରିଥିଲେ ।
ହୋଷ୍ଟ ଲକ୍ଷ୍ମୀ ମାନଚୁ ବରୁଣଙ୍କୁ ପଚାରିଥିଲେ ସାଇ ପଲ୍ଲବୀ, ରାଶୀ ଖତ୍ରା ଏବଂ ପୂଜା ହେଗଡେଙ୍କ ମଧ୍ୟରୁ ସେ କାହାକୁ କ’ଣ ପାଇଁ ପସନ୍ଦ କରିବେ । ଏହା ଉତ୍ତରରେ ବରୁଣ କହିଥିଲେ ସେ ପଲ୍ଲବୀଙ୍କ ଜୀବନ ନେବା, ରାଶୀଙ୍କୁ ବିବାହ କରିବା ଏବଂ ପୂଜା ହେଗଡେଙ୍କ ସହିତ ହୁକଅପ କରିବା ପାଇଁ ପସନ୍ଦ କରିବେ ।
କହିରଖୁଛୁ ଯେ, ବଲିଉଡରେ ହ୍ରିତିକ ରୋଶନଙ୍କ ସହିତ ଫିଲ୍ମ ‘ମହେଞ୍ଜୋଦାରୋ’ରେ ଡେବ୍ୟୁ କରିଥିବା ପୂଜା ହେଗଡେ ଏବେ ସାଉଥରେ ଗୋଟିଏ ପରେ ଗୋଟିଏ ସୁପରହିଟ ଫିଲ୍ମ ଦେଉଛନ୍ତି । ଖୁବ ଶୀଘ୍ର ସେ ବାହୁବଳୀ ଅଭିନେତା ପ୍ରଭାସଙ୍କ ସହିତ ଫିଲ୍ମରେ କାମ ଗକରିବେ । ଫିଲ୍ମରେ ପ୍ରଭାସଙ୍କ ସହିତ ପୂଜା ଲିଡ ରୋଲ ରେ ନଜର ଆସିବେ ।