ଶ୍ରୀଦେବୀଙ୍କୁ ଖାସ ଅନ୍ଦାଜରେ ଶ୍ରଦ୍ଧାଞ୍ଜଳୀ ଜଣାଇଲେ କାଜୋଲ, ଦେଖନ୍ତୁ
ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ଉପରେ ଖୁବ ଶୀଘ୍ର ଏକ ପୁସ୍ତକ ଆସିବାକୁ ଯାଉଛି । ଏହାକୁ ନେଇ ଏକ ଫୋରୱାର୍ଡ ବା ପ୍ରସ୍ତାବ ଲେଖିଛନ୍ତି । କାଜୋଲଙ୍କ କହିବା ଅନୁସାରେ ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବାର ଏହା ଏକ ଉପାୟ ।
କାଜୋଲ ଏହି ଫୋରୱାର୍ଡ ‘ଶ୍ରୀଦେବୀ : ଦ ଏଟରନଲ ସ୍କ୍ରିନ ଗେଡେସ’ ପୁସ୍ତକ ପାଇଁ ଲେଖିଛନ୍ତି । ଏହି ପୁସ୍ତକର ଲେଖିକ ହେଉଛନ୍ତି ସତ୍ୟାର୍ଥ ନାୟକ । କାଜୋଲ ଟ୍ୱିଟ କରି ଲେଖିଛନ୍ତି ଏହି ଟ୍ରିବ୍ୟୁଟ ପାଇଁ ସେ ନିଜକୁ ସମ୍ନାନୀତ ଅନୁଭବ କରୁଛନ୍ତି । ସେ ଲେଖିଛନ୍ତି, ‘ଆଇକନିକ ଶ୍ରୀଦେବୀଙ୍କ ଉପରେ ଲେଖାଯାଇଥିବା ପୁସ୍ତକର ଫରୱାର୍ଡ ଲେଖିବାର ମଉକା ମିଳିବା ଖୁବ ଖୁସିର ବିଷୟ ଏବଂ ସେଥିପାଇଁ ମୁଁ ନିଜକୁ ଖୁବ ସମ୍ନାନୀତ ଅନୁଭବ କରୁଛି ।’
Honoured and happy to have the opportunity to pen a foreword for a book celebrating the iconic Sridevi. It was my way of paying a personal tribute to India’s first female superstar. Congratulations @BoneyKapoor, the author @SatyarthNayak and the @PenguinIndia team. pic.twitter.com/NBJAjENg9O
— Kajol (@itsKajolD) September 26, 2019
ଏହା ସହିତ ସେ କହିଛନ୍ତି ଭାରତର ପ୍ରଥମ ମହିଳା ସୁପରଷ୍ଟାରଙ୍କୁ ବ୍ୟକ୍ତିଗତ ଭାବେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବାର ଏହା ମୋର ଏକ ପ୍ରୟାସ ।
ସୁପରଷ୍ଟାର ଶ୍ରୀଦେବୀ ୮୦ ଦଶକରେ ବଲିଉଡରେ ବକ୍ସ ଅଫିସରେ ରାଜ କରିଥିଲେ । ୨୪ ଫେବୃଆରୀ ୨୦୧୮ରେ ଦୁବାଇର ଏକ ହୋଟେଲରେ ବାଥଟବରେ ବୁଡି ଶ୍ରୀଦେବୀଙ୍କ ମୃତ୍ୟୁ ହୋଇଥିଲା ।