ଘୋଷଣା ହେଲା ଜନ ଆବ୍ରାହମଙ୍କ ଫିଲ୍ମ ‘ସତ୍ୟମେବ ଜୟତେ ୨’ର ରିଲିଜ ଡେଟ, ଏହି ଅଭିନେତ୍ରୀଙ୍କ ସହିତ କରିବେ ରୋମାନ୍ସ
୨୦୧୮ ଅଗଷ୍ଟ ୧୫ରେ ରିଲିଜ ହୋଇଥିବା ଜନ ଆବ୍ରାହମଙ୍କ ଫିଲ୍ମ ସତ୍ୟମେବ ଜୟତେ ସଫଳ ହେବା ପରେ ନିର୍ମାତା ଏହାର ସିକ୍ୱଲ ସତ୍ୟମେବ ଜୟତେ ନିର୍ମାଣ କରିବା ପାଇଁ ଘୋଷଣା କରିଛନ୍ତି । ଏହାକୁ ନେଇ ଏବେ ଫ୍ୟାନଙ୍କ କ୍ରେଜ ଦୁଇ ଗୁଣ ବଢି ଯାଇଛି । ଏବେ ଫିଲ୍ମ ନିର୍ମାତା ‘ସତ୍ୟମେବ ଜୟତେ ୨’ର ରିଲିଜ ଡେଟର ଘୋଷଣା କରିଛନ୍ତି ।
ଏହି ଫିଲ୍ମ ଆଗାମୀ ବର୍ଷ ୨ ଅକ୍ଟୋବରରେ ରିଲିଜ ହେବ । କେବଳ ଏତିକି ନୁହେଁ ଫିଲ୍ମରେ କେଉଁ ଅଭିନେତ୍ରୀ ଜନଙ୍କ ଅପୋଜିଟରେ ନଜର ଆସିବେ ତାହା ମଧ୍ୟ ମେକର୍ସ ରିଲିଜ କରିଥିବା ପୋଷ୍ଟରରେ ସୂଚନା ଦେଇଛନ୍ତି ।
IT’S OFFICIAL… John Abraham and Divya Khosla Kumar in #SatyamevaJayate2… Directed by Milap Milan Zaveri… Produced by Bhushan Kumar, Krishan Kumar, Monisha Advani, Madhu Bhojwani and Nikkhil Advani… 2 Oct 2020 release. pic.twitter.com/cokphhns7s
— taran adarsh (@taran_adarsh) September 27, 2019
ଫିଲ୍ମରେ ଜନଙ୍କ ଅପୋଜିଟରେ ନିର୍ମାତା-ନିର୍ଦ୍ଦେଶକ ଦିବ୍ୟା ଖୋସଲା କୁମାରଙ୍କ ନାମ ଘୋଷଣା କରିଛନ୍ତି । ଦିବ୍ୟା ୨୦୦୪ରେ ରିଲିଜ ହୋଇଥିବା ଅମିତାଭ ବଚ୍ଚନ ଷ୍ଟାରର ଫିଲ୍ମ ଅବ ତୁହ୍ମାରେ ହବାଲେ ୱତନ ସାଥିୟୋଁରୁ ନିଜର ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ । ଏହା ପରେ ସେ ଇକ୍କା -ଦୁକ୍କା ଫିଲ୍ମରେ ନଜର ଆସିଥିଲେ ମାତ୍ର ପରେ ସେ ଅଭିନୟ ଛାଡି ନିର୍ଦ୍ଦେଶନାରେ ପାଦ ଦେଲେ । ଏବେ ସେ ପୁଣିଥରେ ସତ୍ୟମେବ ଜୟତେ ୨ ଜରିଆରେ ଅଭିନୟ କ୍ଷେତ୍ରରେ ପାଦ ଦେବେ ।
ଫିଲ୍ମ ‘ସତ୍ୟମେବ ଜୟତେ ୨’ବିଷୟରେ କହିବାକୁ ଗଲେ ଫିଲ୍ମର ନିର୍ଦ୍ଦେଶାନ ଦେବେ ମିଲାନ ଝାବେରୀ । ତେବେ ପ୍ରଥମ ପାର୍ଟ ପରି ଫିଲ୍ମର ଦ୍ୱିତୀୟ ପାର୍ଟ ଦର୍ଶକଙ୍କୁ କେତେ ପସନ୍ଦ ଆସୁଛି ତାହା ଦେଖିବାକୁ ବାକି ରହିଲା ।