ରଣବୀର କପୁରଙ୍କ ଗ୍ରାଣ୍ଡ ବର୍ଥଡେ ପାର୍ଟିରେ ପହଁଚିଲେ ଶାହରୁଖ ଖାନ, ଦୀପିକା ପାଦୁକୋନ, ଅନନ୍ତ ଅମ୍ବାନୀଙ୍କ ସମେତ ଏହି ସେଲିବ୍ରିଟି, ଦେଖନ୍ତୁ ଫଟୋ
ବଲିଉଡ ଡ୍ୟାସିଙ୍ଗ ଅଭିନେତା ରଣବୀର କପୁର ଆଜି ୩୭ତମ ଜନ୍ମଦିନ ପାଳନ କରୁଛନ୍ତି । ରଣବୀର କପୁର ନିଜର ଏହି ସ୍ପେଶାଲ ଡେ’କୁ ନିଜ ପରିବାର ଏବଂ ଫିଲ୍ମ ଇଣ୍ଡଷ୍ଟ୍ରିର କିଛି ଖାସ ବନ୍ଧୁଙ୍କ ସହିତ ସେଲିବ୍ରେଟ କରିଛନ୍ତି । ରଣବୀର ନିଜ ନଜନ୍ମଦିନ ଖୁସିରେ ୨୭ ସେପ୍ଟେମ୍ବର ଶୁକ୍ରବାର ରାତିରେ ମୁମ୍ବାଇ ସ୍ଥିତ ବାସଭବନରେ ଏକ ଗ୍ରାଣ୍ଡ ପାର୍ଟିର ଆୟୋଜନ କରିଥିଲେ । ଏହି ପାର୍ଟିରେ ବଲିଉଡ ଦୁନିଆର ଅନେକ ବଡ ବଡ ସେଲିବ୍ରିଟି ନଜର ଆସିଥିଲେ । ସମସ୍ତ କଳାକାର ମିଶି ରଣବୀରଙ୍କ ଏହି ସ୍ପେଶାଲ ଡେ’କୁ ସେଲିବ୍ରେଟ କରିଥିଲେ ।
ପାର୍ଟିରେ ଶାହରୁଖ ଖାନ, ଗୌରୀ ଖାନ,ରଣବୀର ସିଂ, ଦୀପିକା ପାଦୁକୋନ, ଆମୀର ଖାନ ଏବଂ ଅନନ୍ତ ଅମ୍ବାନୀଙ୍କ ସମେତ ଅନେକ ସେଲିବ୍ରିଟି ନଜର ଆସିଥିଲେ । ଦେଖନ୍ତୁ ଫଟୋ-
ୱାର୍କଫ୍ରଣ୍ଟ ବିଷୟରେ କହିବାକୁ ଗଲେ ରଣବୀର ଖୁବ ଶୀଘ୍ର ଫିଲ୍ମ ବ୍ରହ୍ମାସ୍ତ୍ରରେ ନଜର ଆସିବେ । ଏହି ଫିଲ୍ମରେ ତାଙ୍କ ଅପୋଜିଟରେ ଆଲିଆ ଭଟ୍ଟ ନଜର ଆସିବେ । ଦୁହିଁଙ୍କ ବ୍ୟତିତ ଫିଲ୍ମରେ ଅମିତାଭ ବଚ୍ଚନ ଏବଂ ମୌନୀ ରୟଙ୍କୁ ମଧ୍ୟ ଦେଖିବାକୁ ମିଳିବ ।