ଲିଭ ଇନରେ ରହୁଛନ୍ତି ରାହୁଲ ଦେବ! ଜନ୍ମଦିନ ପରେ ଚର୍ଚ୍ଚା
ଗତକାଲି ଅଭିନେତା ରାହୁଲ ଦେବ୍ଙ୍କ ଜନ୍ମଦିନ ଥିବାକୁ ନେଇ ଚର୍ଚ୍ଚାରେ ଥିବାବେଳେ ଆଉ ଏକ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି ।ଖଳନାୟକ ଭାବରେ ରାହୁଲ ଦେବ୍ଙ୍କ ଅଭିନୟକୁ ଦର୍ଶକ ପସନ୍ଦ କରୁଥିବା ବେଳେ ବିଭିନ୍ନ ଫିଲ୍ମ ଇଣ୍ଡଷ୍ଟ୍ରିରେ ସେ କାମ କରି ସାରିଛନ୍ତି । ଅଭିନୟ ପୂର୍ବରୁ ସେ ମଡେଲିଂ କରୁଥିବା ବେଳେ ବଲିଉଡ୍ ଫିଲ୍ମ ଚାମ୍ପିୟନ ଜରିଆରେ ସେ ବଲିଉଡ୍ରେ ପାଦ ରଖିଥିଲେ । ଏହା ପରେ ପରେ ଅନେକ ଫିଲ୍ମରେ ତାଙ୍କୁ ଖଳନାୟକ ଭୂମିକାରେ ଦର୍ଶକ ଦେଖିବାକୁ ପାଇଛନ୍ତି । ତେବେ ସବୁବେଳେ ନିଜ ଚରିତ୍ରକୁ ନେଇ ଚର୍ଚ୍ଚାରେ ରହୁଥିବା ରାହୁଲ ଏବେ ନିଜ ପ୍ରେମ ଜୀବନକୁ ନେଇ ଚର୍ଚ୍ଚାରେ ରହିଛନ୍ତି ।
ଅଭିନେତ୍ରୀ ମୁଗ୍ଧା ଗଡ୍ସେଙ୍କ ସଂପର୍କକୁ ନେଇ ଚର୍ଚ୍ଚା ଜୋର ଧରିଛି । ବଲିଉଡ୍ ଫିଲ୍ମ ଫ୍ୟାଶନ ଜରିଆରେ ଚର୍ଚ୍ଚାକୁ ଆସିଥିଲେ ମୁଗ୍ଧା । ଦୁହେଁ ଏବେ ସାଥୀରେ ସୋସିଆଲ ମିଡିଆରେ ଅନେକ ଫଟୋ ସେୟାର କରୁଥିବା ବେଳେ ଅନେକ ସ୍ଥାନରେ ଏବେ ଦୁହିଁଙ୍କୁ ଏକାଠି ଦେଖାଯାଉଛି । ରାହୁଲ ମୁଗ୍ଧାଙ୍କଠାରୁ ୧୮ବର୍ଷ ବଡ଼ ହୋଇଥିବା ବେଳେ ଦୁହେଁ ଲିଭ୍ ଇନ୍ରେ ରହୁଥିବା ଜଣାପଡ଼ିଛି । ମୁଗ୍ଧାଙ୍କ ସହ ସଂପର୍କରେ ଆସିବା ପୂର୍ବରୁ ରାହୁଲ ବିବାହିତ ଥିଲେ । କିନ୍ତୁ ୨୦୦୯ରେ ତାଙ୍କ ପତ୍ନୀଙ୍କର କର୍କଟ ରୋଗରେ ମୃତ୍ୟୁ ହୋଇଥିଲା, ଯାହା ପରେ ସେ ମୁଗ୍ଧାଙ୍କ ପ୍ରେମରେ ପଡ଼ିଥିଲେ ।