ଭାଇରାଲ ହେଉଛି ଜୱାହରଲାଲ ନେହେରୁଙ୍କ ୭୧ ବର୍ଷର ପୁରୁଣା ଭିଡ଼ିଓ, ପୁଣି ଫେରିଯିବେ ପ୍ରାଚୀନ ଭାରତ
ବିଜୟା ଦଶମୀକୁ ରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ଦ୍ୱାରା ଶସ୍ତ୍ର ପୂଜା କରାଗଲା । ଏହି ମଧ୍ୟରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜୱାହର ଲାଲ ନେହେରୁଙ୍କ ଏକ ୭୧ ବର୍ଷ ପୁରୁଣା ଭିଡ଼ିଓ ଭାଇରାଲ ହେଉଛି, ଯେଉଁଥିରେ ସେ ଜାହାଜର ପୂଜା କରୁଥିବା ଦେଖିବାକୁ ମିଳିଛି । ପ୍ରାଚୀନ ଭାରତର ଗୌରବକୁ ଫେରାଇ ଆଣିବାକୁ ଦିନେ ଅନ୍ୟ ମାନଙ୍କୁ ପ୍ରୋତ୍ସାହିତ କରିବା ସହିତ ଏକ ଦୃଢ ସଂକଳ୍ପ କରିଥିଲେ ନେହେରୁ । ପାହାଡ଼ ଏବଂ ଜଳ ମଧ୍ୟରେ ଘେରି ରହିଥିବା ଭାରତ ବାସୀ ଜଳରେ ଜାହାଜ ଦ୍ୱାରା ଖୁସିରେ ଭାସି ଭାସି ବାଣିଜ୍ୟ କରନ୍ତୁ ଏହି କଥାକୁ ସେ ସମସ୍ତଙ୍କ ସାମ୍ନାରେ ଉପସ୍ଥାପନା କରିଥିଲେ । ତେବେ ୭୧ ବର୍ଷ ପୁରୁଣା ଏହି ଭିଡ଼ିଓ ପୁଣିଥରେ ଆମକୁ ପ୍ରାଚୀନ ଭାରତର କଥାକୁ ମନେ ପକାଇବାକୁ ବାଧ୍ୟ କରିଛି ।
#गौरवशाली_70_वर्ष आज ही के दिन 14 मार्च 1948 आज़ाद 🇮🇳 का पहला जलयान #Ship_Jalusa पवित्र वैदिक मंत्रों व पूजा अर्चना सहित प्रधानमंत्री #पंडित_नेहरू द्वरा हिंद महासागर में उतारा गया था
भारत नव निर्माण के हर निर्माता को मेरा सलाम@PMOIndia @OfficeOfRG @_SoniaGandhi @INCIndia pic.twitter.com/S0TioSaeg9— Syed Athar Dehlavi सैयद अतहर देहलवी سید اطہر دہلوی (@maulanadehlavi) March 14, 2018