କାକାଙ୍କ ଘର ଛାଡି ରାଗରେ ପଳାଇଥିଲେ ଏହି ନାୟକ ।
ପିଲାବେଳେ ଖୁବ ଦୁଷ୍ଟ ଥିଲେ । ସମ୍ବଲପୁର ଠାରୁ ପ୍ରାୟ ୧୦୦କିମି ଦୂରରେ କାକାଙ୍କ ଘରେ ରହି ମନୋଜ ପାଠ ପଢୁଥିଲେ । ସେଠାକାର କନସର ହାଇସ୍କୁଲ ସେ ଥିଲେ ଛାତ୍ର । ସପ୍ତମ ଶ୍ରେଣୀରେ ପଢୁଥିବା ବେଳେ କୌଣସି କାରଣରୁ କାକାଙ୍କ ଘରେ ଝଗଡା କରି ସାଇକେଲରେ ଘରକୁ ଯିବାକୁ ଚେଷ୍ଟା କରିଥିଲେ ।
ଜଙ୍ଗଲିଆ ରାସ୍ତାରେ ପ୍ରାୟ ୨୦କିମି ଆସିବା ପରେ ତାଙ୍କୁ ଡର ଲାଗିଥିଲା । ତେଣୁ ସେ ସେଠାରୁ ଆଉ ଆଗକୁ ନଯାଇ ବନ୍ୟ ବିଭାଗ କାର୍ଯ୍ୟାଳୟ ପାଖରେ ଅଟକି ଯାଇଥିଲେ । ତାଙ୍କ ବାପା ଯେହେତୁ ବନ୍ୟ ବିଭାଗରେ ଥିଲେ ତେଣୁ ସେ କୌୀସି ମତେ ନିଜର ପରିଚୟ ଦେଇ କାକାଙ୍କ ଘରେ ଛାହି ଦେବା ଲାଗି ଅନୁରୋଧ କରିଥିଲେ । ଏହାପରେ ସେମାନେ କାକାଙ୍କ ଘରେ ଛାଡିବାର ବନ୍ଦୋବସ୍ତ କରିଦେଇଥିଲେ ।