ପ୍ରଥମ ଥର ଅଭିନେତା ନୱାଜୁଦ୍ଦିନ୍ ସିଦ୍ଧିକି ଓ ଅଭିନେତ୍ରୀ ଆଥିୟା ସେଟ୍ଟିଙ୍କୁ ଦେଖିବାକୁ ମିଳିବ । ପଷ୍ପେନ୍ଦରଙ୍କୁ ୩୬ ବର୍ଷ ହୋଇଥିବାବେଳେ, ତାଙ୍କୁ କୌଣସି ବି ଝିଅ ମିଳେନି ବିବାହ ପାଇଁ । ସେପଟେ ଆନ୍ନିଙ୍କ ସ୍ୱପ୍ନ ବିବାହ କରି ବିଦେଶ ଯିବେ । ପୁଷ୍ପେନ୍ଦର୍ ଦୁବାଇରେ କାମ କରୁଥିବା ଯାଣି ତାଙ୍କୁ ନିଜ ପ୍ରେମ ଜାଲରେ ଫସାଇ ବିବାହ କରେ ଆନ୍ନି । ହେଲେ ବିବାହ ପରେ ଜାଣିବାକୁ ପାଏ ପୁଷ୍ପେନ୍ଦର ଦୁବାଇରେ ଚାକିରି କରେନି । ଏମିତି ଏକ ଫନି କମେଡି କାହାଣୀକୁ ନେଇ ପ୍ରସ୍ତୁତ ହୋଇଥିବା ଚଳଚ୍ଚିତ୍ର ‘ମୋତିଚୁର୍ – ଚକନାଚୂର’ରେ ପୁଷ୍ପେନ୍ଦର୍ ଚରିତ୍ରରେ ନୱାଜୁଦ୍ଦିନ୍ ସିଦ୍ଧିକି ଓ ଆନ୍ନି ଚରିତ୍ରରେ ଆଥିୟା ସେଟ୍ଟିଙ୍କୁ ଦେଖିବାକୁ ମିଳିବ ।
ଫିଲ୍ମର ପ୍ରଯୋଜନା ରାଜେଶ ଭାଟିଆ ଓ କିରଣ ଭାଟିଆ କରିଥିବାବେଳେ ଏହାର ନିର୍ଦ୍ଦେଶନା ଦେଇଛନ୍ତି ଦେବମିତ୍ରା ବିଶ୍ୱାଲ୍ । ୧୫ ନଭେମ୍ବରରେ ପରଦାକୁ ଆସିବ ଏହି ଫିଲ୍ମ ‘ମୋତିଚୁର୍ – ଚକ୍ନାଚୁର୍’ ।