Only for Entertainment

ଅମିତାଭ ବଚ୍ଚନଙ୍କ ୩୦ବର୍ଷ ପୁରୁଣା ସାକ୍ଷାତକାର, ଭାଇରାଲ ହେଉଛି ଭିଡିଓ !

35

ଅମିତାଭ ବଚ୍ଚନ ଓ ଜୟା ବଚ୍ଚନଙ୍କ ଏକ ପୁରୁଣା ସାକ୍ଷାତକାର ଏବେ ଚର୍ଚ୍ଚାରେ ରହିଛି।  ତିନିଦଶକ ପୁରୁଣା ଏହି ସାକ୍ଷାତକାର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ୩୦ବର୍ଷ ପୂର୍ବେ ଅମିତାଭ ଓ ଜୟା ଏହି ସାକ୍ଷାତକାର ବିବିସିକୁ ଦେଇଥିଲେ। ଗୋଟିଏ ଦିନ ପୂର୍ବରୁ ଅମିତାଭ ବଚ୍ଚନଙ୍କ ଜନ୍ମ ଦିନ ଅବସରରେ ବିବିସି ଏହି ସାକ୍ଷାତକାର ସେୟାର କରିଛି, ଯେଉଁଥିରେ ଦୁହେଁ ନିଜ ଗୃହସ୍ଥୀ ଓ ପିଲାଙ୍କ ବିଷୟରେ କଥା ହେଉଥିବା ଶୁଣିବାକୁ ମିଳୁଛି।

ଏହି ସାକ୍ଷାତକାରରେ ଅମିତାଭ ବଚ୍ଚନ ନିଜ ପିତା ହରିବଂଶ ରାଏ ବଚ୍ଚନ, ମା’ ତେଜି ବଚ୍ଚନ  ଏବଂ ଦୁଇ ସନ୍ତାନ ଅଭିଷେକ ଓ ଶ୍ୱେତାଙ୍କ ବିଷୟରେ କଥା ହେଉଛନ୍ତି। ସାକ୍ଷାତକାରରେ ଯେତେବେଳେ ପିଲାଙ୍କ ଲାଳନପାଳନକୁ ନେଇ କଥା ଉଠିଥିଲା ଜୟା ବଚ୍ଚନ କହିିଥିଲେ, ମୋ ତିନିଟି ସନ୍ତାନ ଅଛନ୍ତି। ସଙ୍ଗେସଙ୍ଗେ ଅମିତାଭ ଜୟାଙ୍କ କଥାକୁ ସ୍ୱୀକାର କରି କହୁଛନ୍ତି ହିଁ ଅଭିଷେକ ଓ ଶ୍ୱେତା ଦୁଇ ଆଉ ମୁଁ ଏକ ଏପରି ତିନିଟି ସନ୍ତାନ ଜୟାଙ୍କ ଅଛନ୍ତି। ସାକ୍ଷାତକାରର ଏହି  ଅଂଶ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More