Only for Entertainment

ଚନ୍ଦାପଣକୁ ନେଇ ରିଲିଜ ହେଲା ଓଡିଆ ଫିଲ୍ମ ‘ବାଳ’ର ଟ୍ରେଲର, ଚନ୍ଦା ଲୋକମାନଙ୍କ ପାଇଁ ସରକାରଙ୍କ ପାଖରେ ଦାବି ରଖୁଥିବାର ନଜର ଆସିଲେ ଅଭିନେତା

YouTube
79

ବ୍ୟବସାୟିକ ଚିତ୍ର ସହ ଭିନ୍ନଧରଣର ଚିତ୍ର ନିର୍ମାଣ କରିବା ଦିଗରେ ତରଙ୍ଗ ସିନେ ପ୍ରଡକ୍ସନ ପ୍ରୟାସ କରୁଛି । ଏହି ବ୍ୟାନରରେ ନୂଆ ଚଳଚିତ୍ର ‘ବାଳ- ଦ ରିଦିମ ଅଫ ଲାଇଫ’ ଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି । ସମଗ୍ର ଚନ୍ଦା ଲୋକଙ୍କ ପାଇଁ ମାନସିକ, ଶାରୀରିକ ଓ ଆର୍ଥିକ କ୍ଷତିକୁ ସରକାରଙ୍କ ପାଖରେ ଉପସ୍ଥାପିତ କରିବାକୁ ଯାଇ ଜଣେ ଚନ୍ଦା ଯୁବକ କିଭଳି ଉପହାସିତ ହେଉଛି ଏବଂ ନିଜ ଯୁକ୍ତିକୁ କିଭଳି ସମସ୍ତଙ୍କୁ ବୁଝାଇ ପାରୁଛି ତାକୁ ନେଇ ଏହି ଚିତ୍ରର କାହାଣୀ ଗତିଶୀଳ ।

ନିକଟରେ ଏହି ଫିଲ୍ମର ଟ୍ରେଲର ରିଲିଜ ହୋଇଛି । ତରଙ୍ଗ ସିନେ ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଏହି ଫିଲ୍ମରେ ସମୀର ସତପଥୀ ଏବଂ ଦିବ୍ୟା ମହାନ୍ତିଙ୍କୁ ଲିଡ ରୋଲରେ ଦେଖିବାକୁ ମିଳିବ । ସମୀର ଏବଂ ଦିବ୍ୟାଙ୍କ ବ୍ୟତିତ ଅପରାଜୀତା ମହାନ୍ତି, ଅନନ୍ୟା ମିଶ୍ର, ସଲିଲ ମିତ୍ର, ଜୟପ୍ରକାଶ, ଅନନ୍ତ ମିଶ୍ର ଏବଂ ଐଶ୍ୱର୍ଯ୍ୟା ଆଦି ନଜର ଆସିବେ ।

କହିରଖୁଛୁ ଯେ, ଏହି ଫିଲ୍ମର କାହଣୀ ପରି ବଲିଉଡରେ ମଧ୍ୟ ଦୁଇଟି ଫିଲ୍ମ ରିଲିଜ ହେବାକୁ ଯାଉଛି । ଗୋଟିଏ ହେଉଛି ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ‘ବାଲା’ ଆଉ ଗୋଟିଏ ହେଉଛି ସନି ସିଂଙ୍କ ଫିଲ୍ମ ‘ଉଜଡା ଚମନ’ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More