Only for Entertainment

ଜନ ଅବ୍ରାହମଙ୍କ ଫିଲ୍ମ ପାଗଳପନ୍ତୀ ମୋଶନ ପୋଷ୍ଟର ରିଲିଜ , କହିଲେ ଛୁରୀ ଚଲେଇବି ନା କଂଟା… !

21

ଜନ ଅବ୍ରାହାମଙ୍କ ମଚଆୱେଟେଡ ମଲ୍ଟି ଷ୍ଟାରର ଫିଲ୍ମ ପାଗଳପନ୍ତିର ନୂଆ ପୋଷ୍ଟର ରିଲିଜ ହୋଇଛି । ପୋଷ୍ଟରେରେ ଫିଲ୍ମର ଲିଡ ଷ୍ଟାରଙ୍କ କ୍ୟାରେକ୍ଟରଙ୍କ ଲୁକ ଦର୍ଶାଯାଇଛି । ସମସ୍ତ କଳାକାରମାନେ ଫନି ଅନ୍ଦାଜରେ ନଜର ଆସିଛନ୍ତି । ଅନୀଲ କପୁର,ଜନ ଆବ୍ରାହମ,ଅରଶଦ ୱାରସୀ ଓ ଫୁଲକିତ ସମ୍ରାଟଙ୍କୁ ଦେଖିବାକୁ ମିଳିଛି । କଳକାର ମାନେ ଖୁବ ଫନି ଅନ୍ଦାଜ ଏବଂ କନଫ୍ୟୁଜନ ଲୁକରେ ନଜର ଆସିଛନ୍ତି ।

ନିର୍ଦ୍ଦେଶକ ଅନୀସ ବାଜମୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ଅଫିସିଆଲ ପୋଷ୍ଟରକୁ ଟ୍ରେଡ ଆନାଲିସିଷ୍ଟ ତରଣ ଆଦର୍ଶ ଟୁଇଟ କରିଛନ୍ତି । ଏହାସହ ଏହି ପୋଷ୍ଟରକୁ ଜନ ଅବ୍ରାହମ ମଧ୍ୟ ନିଜ ଅଫିସିଆଲ ଟ୍ୱିଟର ଅକାଉଂଟରେ ଶେୟାର କରିଛନ୍ତି । ତେବେ ଫିମେଲ ଲିଡରେ ଇଲିଆନା ଡିକ୍ରୁଜ, କ୍ରିତି ଖରବନ୍ଦା ଏବଂ ଉର୍ବଶୀ ରୌଟେଲା ଅଭିନୟ ରହିଛି । ଆକ୍ସନ ରୋଲରେ ଅଭିନୟ କରିବା ପରେ ପୁଣି ଥରେ କମେଡି ଚରିତ୍ରରେ ନଜର ଆସିବେ ଜନ ଆବ୍ରାହମ ।

ପୋଷ୍ଟରରେ ସମସ୍ତଙ୍କ ନାଁ ରିଭିଲ କରାଯାଇଛି । ଫିଲ୍ମରେ ଜନ୍ ଙ୍କ ନାଁ ରହିଛି ରାମ ରାଜ କିଶୋର, ଅନୀଲ କପୂରଙ୍କ ନାଁ ରହିଛି ୱାଇଫାଇ ଭାଇ, ଅରଶଦ ବାରସୀଙ୍କ ନାଁ ରହିଛି ଜଙ୍କି, ସୌରଭ ଶୁକ୍ଳାଙ୍କ ନା ରାଜା ସାହବ, ପୁଲକିତ ସମ୍ରାଟଙ୍କ ନା ଚନ୍ଦୁ, ଇଲିୟାନା ଡିକ୍ରୁଜଙ୍କ ନାଁ ରହିଛି ସଂଜନା, ଉର୍ବଶୀ ରୌଟେଲାଙ୍କ ନାଁ ରହିଛି କାବ୍ୟା ଏବଂ କୃତି ଖରବନ୍ଦାଙ୍କ ନାଁ ରହିଛି ଜାହ୍ନବୀ । ଖୁବଶୀଘ୍ର ଏହି ଫିଲ୍ମର ଟ୍ରେଲର ରିଲିଜ କରିବେ ନିର୍ମାତା । ନଭେମ୍ବର ୨୨ରେ ରିଲିଜ ହେବ ପାଗଲପଂତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More