ବଲିଉଡର ତିନି ଖାନ ସଲମାନ, ଶାହରୁଖ ଏବଂ ଆମୀର ଖାନଙ୍କୁ ଫ୍ୟାନ୍ସ ଏକା ସହିତ ଫିଲ୍ମରେ ଦେଖିବାକୁ ଚାହିଁଥାନ୍ତି । କିନ୍ତୁ ଫ୍ୟାନ୍ସଙ୍କ ଏହି ଇଚ୍ଛା କେବେ ପୂରା ହେବ ତାହା କହିବା ଖୁବ କଷ୍ଟକର । ଇତି ମଧ୍ୟରେ ଏହି ତିନି ସୁପରଷ୍ଟାର ଏକ ଖାସ ଉଦ୍ଦେଶ୍ୟ ପାଇଁ ଏକା ସହିତ ନଜର ଆସିଛନ୍ତି ।
ଅସଲରେ ମାହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ଅବସରରେ ବଲିଉଡ ସେଲିବ୍ରିଟିଙ୍କ ସହିତ ସାକ୍ଷାତ କରିଛନ୍ତି । ଏହି ଅବସରରେ ଶାହରୁଖ ଖାନ, ସଲମାନ ଖାନ, ଆମୀର ଖାନ, କଙ୍ଗନା ରଣାୱତ, ଜ୍ୟାକଲିନ ଫର୍ଣ୍ଣାଡିଜ, ଇମତିଆଜ ଅଲ୍ଲୀ, ଏକତା କପୁର, ଅନୁରାଗ ବସୁ, ବୋନି କପୁରଙ୍କ ସମେତ ଅନେକ ବଲିଉଡ ଷ୍ଟାର ମୋଦିଙ୍କ ବାସଭବନରେ ପହଁଚିଥିଲେ ।
The film fraternity comes together to pay tributes to Mahatma Gandhi!#ChangeWithin is an excellent effort, which will add momentum towards ensuring Gandhi Ji’s message reverberates far and wide. It will also inspire citizens to take up causes dear to Bapu. pic.twitter.com/cS0RRekqTd
— Narendra Modi (@narendramodi) October 19, 2019
ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ତିନି ଖାନଙ୍କ ସହିତ ଆଲିଆ, ରଣବୀର, ସୋନମ, ଭିକି କୌଶଲ ଆଦି ମହାତ୍ମା ଗାନ୍ଧୀଙ୍କ ଉପଦେଶ ପଢୁଥିବାର ନଜର ଆସିଛନ୍ତି ।
ଆପଣଙ୍କୁ କହିରଖୁଛୁ ଯେ, ମୋଦିଙ୍କ ନିମନ୍ତ୍ରଣ କ୍ରମେ ଫିଲ୍ମ ଦୁନିଆର ଅନେକ କଳାକାର ତାଙ୍କ ବାସ ଭବନରେ ପହଁଚିଥିଲେ ଏବଂ ମହାତ୍ମା ଗାନ୍ଧୀଙ୍କୁ ବିଚାରକୁ ନେଇ ଆଲୋଚନା କରିଥିଲେ । ଏହି ମିଟିଂରେ ମୋଦି ସମସ୍ତଙ୍କୁ ଡାଣ୍ଡିରେ ନିର୍ମାଣ ହୋଇଥିବା ଗାନ୍ଧୀ ମ୍ୟୁଜିୟମ ଦେଖିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ ।