ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଆଗାମୀ ଫିଲ୍ମ ‘ଦବଙ୍ଗ ୩’ର ଟ୍ରେଲର ରିଲିଜ ହୋଇସାରିଛି । ଏହି ଫିଲ୍ମରେ ଭାଇଜାନ ପୁଣିଥରେ ଚୁଲବୁଲ ପାଣ୍ଡେ ଭୂମିକାରେ ନଜର ଆସିବେ । ଏବେ ଫିଲ୍ମର ଟ୍ରେଲରକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଚର୍ଚ୍ଚା ଲାଗି ରହିଛି । ଇତି ମଧ୍ୟରେ ସଲମାନ ନିଜର ଆଗାମୀ ଫିଲ୍ମ ‘ରାଧେ : ୟୋର ମୋଷ୍ଟ ୱାଣ୍ଟେଡ ଭାଇ’ର ଫାଷ୍ଟ ଲୁକ ରିଲିଜ ହୋଇସାରିଛି ।
୨୦୦୮ରେ ଆସିଥିବା ସଲମାନଙ୍କ ଫିଲ୍ମ ‘ୱାଣ୍ଟେଡ’ରେ ତାଙ୍କ ଭୂମିକାର ନାମ ରାଧେ ଥିଲା । ସେଥିପାଇଁ ଅନୁମାନ କରାଯାଉଛି ଯେ, ଫିଲ୍ମ ‘ରାଧେ : ୟୋର ମୋଷ୍ଟ ୱାଣ୍ଟେଡ ଭାଇ’ ୱାଣ୍ଟେଡର ସିକ୍ୱଲ ହୋଇପାରେ । ‘ଦବଙ୍ଗ ୩’ର ଟ୍ରେଲର ଲଂଚ ଇଭେଣ୍ଟରେ ଏହାକୁ ନେଇ ସଲମାନଙ୍କୁ ପ୍ରଶ୍ନ କରିବାରୁ ସେ କହିଥିଲେ ରାଧେ ସହିତ ୱାଣ୍ଟେଡର କୌଣସି କନେକ୍ସନ ନାହିଁ । ଏହା ସହିତ ସଲମାନ କହିଥିଲେ ଫିଲ୍ମ ‘ତେରେ ନାମ’ରେ ମଧ୍ୟ ତାଙ୍କ ଭୂମିକାର ନାମ ରାଧେ ଥିଲା ।
ଫିଲ୍ମ ଦବଙ୍ଗ ୩ ବିଷୟରେ କହିବାକୁ ଗଲେ ଫିଲ୍ମରେ ସଲମାନ ଚୁଲବୁଲ ପାଣ୍ଡେ ହୋଇ ଦର୍ଶକଙ୍କୁ ପୁଣିଥରେ ଏଣ୍ଟରଟେନ କରିବେ । ଫିଲ୍ମରେ ସଲମାନ ଖାନଙ୍କ ବ୍ୟତିତ ସୋନାକ୍ଷୀ ସିହ୍ନା, ସଇ ମଞ୍ଜେରେକର, ସୋନୁ ସୁଡ ଏବଂ ସାଉଥ ଷ୍ଟାର ସୁଦୀପ ନଜର ଆସିବେ । ପ୍ରଭୂଦେବାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମ ୨୦ ଡିସେମ୍ବରରେ ରିଲିଜ ହେବ ।