ଛଠ ପର୍ବରେ ବଲିଉଡ ଅଭିନେତା ଅକ୍ଷୟ କୁମାର ବିହାର ବନ୍ୟା ପୀଡିତଙ୍କୁ ସହାୟତାର ହାତ ବଢାଇ ୧କୋଟି ଟଙ୍କା ଦେଲେ । କିଛି ଦିନ ତଳେ ବିହାରର ପାଟନା ସମେତ ଅନେକ ଜିଲ୍ଲାରେ ବନ୍ୟା ହୋଇଥିଲା । ଯେଉଁକାରଣରୁ ଅନେକ କ୍ଷୟକ୍ଷତି ଘଟିଥିଲା । ଅକ୍ଷୟ କୁମାର ଲୋକମାନଙ୍କୁ ଏହି କାରଣରୁ ଆର୍ଥିକ ସହାୟତାର ହାତ ବଢାଇଛନ୍ତି । ଏହାସହ ୨୫ପରିବାରଙ୍କୁ ୪-୪ଲକ୍ଷ ଟଙ୍କା ମଧ୍ୟ ଦେଇଛନ୍ତି । ଅକ୍ଷୟ ଲୋକମାନଙ୍କୁ ଲୋକମାନଙ୍କ ସହାୟତା କରିବା ପାଇଁ ପରାମର୍ଶ ମଧ୍ୟ ଦେଇଛନ୍ତି ।
ଖିଲାଡି କୁମାରଙ୍କ ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ନିକଟରେ ହାଉସଫୁଲ-୪ ରିଲିଜ ହୋଇଛି । ଯାହା ଖରାପ ରେଟିଂ ଥାଇ ମଧ୍ୟ ଭଲ ବ୍ୟବସାୟ କରିପାରିଛି ।