ଝୁମ୍ପୁଡ଼ି ଘରେ ଗୁଡ଼ ଓ ରୁଟି ଖାଇଲେ ଅକ୍ଷୟ
ଠିକ ସମୟରେ ଶୋଇବା, ଭଲ ଖାଦ୍ୟ ଖାଇବା, ସକାଳେ ଶୀଘ୍ର ଉଠିବା ଏହା ତାଙ୍କର ପ୍ରତିଦିନର ଅଭ୍ୟାସ। ନିଜ ସହିତ ସେ ପିଲାମାନଙ୍କର ବି ସେତିକି ଯତ୍ନ ନେଇ ଥାଆନ୍ତି। ସେଥିପାଇଁ ସମୟ ସମୟରେ ପିଲାଙ୍କୁ ସାଥୀରେ ଧରି ଜଗିଂ ପାଇଁ ନେଇଯାଇଥାଆନ୍ତି। ଗୁରୁବାର ସକାଳେ ଅକ୍ଷୟ କୁମାର ନିଜ ଝିଅ ନିତାରାଙ୍କୁ ଜୀବନରେ ଏକ ବଡ଼ ଶିକ୍ଷା ଦେଇଛନ୍ତି।
ଅକ୍ଷୟ ଟୁଇଟରରେ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ତାଙ୍କ ଝିଅ ଏକ ଝୁମ୍ପୁଡିରେ ଥିବା ଦେଖିବାକୁ ମିଳୁଛି। ତାଙ୍କ ସହିତ ଜଣେ ବୟସ୍କା ପୁରୁଷ ଓ ମହିଳା ବି ଅଛନ୍ତି। ଏହି ଫଟୋ ଦେଖି ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି କି ଅକ୍ଷୟ କୁମାର ନିଜ ଝିଅ ସହିତ କେଉଁଠି ପହଞ୍ଚି ଯାଇଛନ୍ତି?
ପ୍ରଶଂସକଙ୍କ ଏହି ପ୍ରଶ୍ନର ଉତ୍ତର ଅକ୍ଷୟ ନିଜେ ପୋଷ୍ଟର କ୍ୟାପସନ୍ରେ ଦେଇଛନ୍ତି। ସେ ଲେଖିଛନ୍ତି, ଆଜି ସକାଳେ ମର୍ଣ୍ଣିଂ ଓ୍ଵାର୍କ ସମୟରେ ଝିଅ ନିତାରାଙ୍କୁ ଜୀବନରେ ଏକ ବଡ଼ ଶିକ୍ଷା ମିଳିଛି। ମର୍ଣ୍ଣିଂ ଓ୍ଵାର୍କ କରୁକରୁ ଶୋଷ ହେବାରୁ ଝିଅକୁ ନେଇ ପାଖରେ ଥିବା ଏକ ଝୁମ୍ପୁଡିକୁ ଯାଇଥିଲି। ସେଠାରେ ବୃଦ୍ଧ-ବୃଦ୍ଧା ଆମକୁ କେବଳ ପାଣି ନୁହେଁ ସ୍ୱାଦିଷ୍ଟ ରୁଟି ଓ ଗୁଡ ବି ଖାଇବାକୁ ଦେଇଥିଲେ। ଏହା ହୁଏତ କମ୍ ମୂଲ୍ୟର ହୋଇପାରେ କିନ୍ତୁ ଆମ ପାଇଁ ଅନେକ ଗୁରୁତ୍ବ ରଖିଥିଲା।