ସାମ୍ନାକୁ ଆସିଲା ‘ସବ୍ କୁଶଲ ମଙ୍ଗଳ’ର ପ୍ରଥମ ଲୁକ, ଭିନ୍ନ ଅନ୍ଦାଜରେ ନଜର ଆସିଲେ ଅକ୍ଷୟ ଖନ୍ନା
ଅପ୍କମିଂ ଫିଲ୍ମ ‘ସବ୍ କୁଶଲ ମଙ୍ଗଳ’ର ରିଲିଜ ଡେଟ୍ ଏଇ ନିକଟରେ ଧାର୍ଯ୍ୟ ହୋଇସାରିଛି । ଆସନ୍ତା ବର୍ଷ ଜାନୁଆରୀ ୩ ତାରିଖରେ ଏହି ଫିଲ୍ମଟି ସିନେମା ଘରେ ମୁକ୍ତିଲାଭ କରିବାକୁ ଯାଉଛି । ଟ୍ରେଡ୍ ଆନାଲିଷ୍ଟ ତରନ ଆଦର୍ଶ ଟ୍ୱିଟ୍ ଜରିଆରେ ଏହି ସୂଚନା ଦେଇଛନ୍ତି । ଏଥିସହିତ ଫିଲ୍ମଟିର ଫାଷ୍ଟ ଲୁକ୍ ପୋଷ୍ଟରକୁ ମଧ୍ୟ ଜାରି କରାଯାଇଛି ।
‘ସବ୍ କୁଶଳ ମଙ୍ଗଳ ହେ’ରେ ଅକ୍ଷୟ ଖନ୍ନା, ପ୍ରିୟଙ୍କ୍ ଶର୍ମା ଏବଂ ରିୱା କିଶନ୍ଙ୍କୁ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ଦେଖିବାକୁ ପାଇବେ ଦର୍ଶକ । ପଦ୍ମିନୀ କୋହ୍ଲାପୁରୀଙ୍କ ପୁଅ ପ୍ରିୟଙ୍କ୍ ଶର୍ମା ଏବଂ ଭୋଜ୍ପୁରୀ ସୁପର୍ଷ୍ଟାର ରବି କିଶାନ୍ଙ୍କ ଝିଅ ରିୱା କିଶନ୍ ଏହି ଫିଲ୍ମ ଜରିଆରେ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଏଥିସହିତ ଜଣାଶୁଣା ଫିଲ୍ମ ମେକର୍ ନିତୀନ ମନମୋହନଙ୍କ ଝିଅ ପ୍ରାଚୀ ଏହାର ପ୍ରଯୋଜିକା ଅଟନ୍ତି । ଏହି ଫିଲ୍ମ ଜରିଆରେ ସେ ପ୍ରଯୋଜିକା ଭାବେ ଡେବ୍ୟୁ କରୁଛନ୍ତି ।
Akshaye Khanna, Priyaank Sharma and Riva Kishan… #SabKushalMangal release date finalized: 3 Jan 2020… Directed by Karan Vishwanath Kashyap… Here’s the first look poster: pic.twitter.com/XoEIfvmUM6
— taran adarsh (@taran_adarsh) November 4, 2019
କରନ ବିଶ୍ୱନାଥ କଶ୍ୟପ୍ଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମରେ ଅକ୍ଷୟ ଖନ୍ନାଙ୍କ ଭୂମିକା ମୁଖ୍ୟ ଅଟେ । ଅକ୍ଷୟ ଖନ୍ନା ହିରୋଙ୍କୁ ଗନ୍ ପଏଣ୍ଟ ଦେଖାଇଥିବା ବେଳେ ରିୱାଙ୍କୁ ଗୋଳାପ ଫୁଲ ଦେଉଥିବା ଏହାର ପୋଷ୍ଟର୍ ଦେଖିବାକୁ ମିଳୁଛି । ଏହା ଏକ ରୋମାଣ୍ଟିକ୍ କମେଡ଼ି ଫିଲ୍ମ ଅଟେ । ଫିଲ୍ମ ୩ ଜାନୁଆରୀ ୨୦୨୦ରେ ରିଲିଜ ହେବ ।