ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ଆଗାମୀ ଫିଲ୍ମ ‘ଦରବାର’ର ମୋଶନ ପୋଷ୍ଟର ରିଲିଜ ହୋଇଛି । ଫିଲ୍ମର ପ୍ରଥମ ଲୁକ ରିଲିଜ ହେବା ସହ ଫ୍ୟାନ୍ସମାନଙ୍କ ମନରେ ଉତ୍ସାହ ବୃଦ୍ଧି ପାଇଛି । ଗୁରୁବାର ଏହାର ମୋଶନ ପୋଷ୍ଟର ରିଲିଜ କରାଯାଇଥିଲା । ଏହାର ପୋଷ୍ଟର ୪ଟି ଭାଷାରେ ତାମିଲ, ତେଲୁଗୁ, ମଲୟାଲମ ଏବଂ ହିନ୍ଦୀରେ ଜାରି କରାଯାଇଛି । ଫିଲ୍ମର ମୋଶନ ପୋଷ୍ଟର ରିଲିଜ ସମୟରେ ସୁପରଷ୍ଟାର ସଲମାନ ଖାନ ମଧ୍ୟ ସେଠାରେ ଉପସ୍ଥିତ ଥିଲେ ।
ସଲମାନଙ୍କ ବ୍ୟତୀତ ସାଉଥ ସୁପରଷ୍ଟାର କମଲ ହାସନ ଏବଂ ମୋହନଲାଲା ମଧ୍ୟ ଥିଲେ । ବଲିଉଡ ସୁପରଷ୍ଟାର ସଲମାନ ଖାନ ଏହି ମୋଶନ ପୋଷ୍ଟରର ହିନ୍ଦୀ ଭର୍ସନ ଶେୟାର କରିଛନ୍ତି । ସେହିପରି କମଲ ହାସନ ତାମିଲରେ , ମହେଶ ବାକୁ ତେଲୁଗୁରେ ଏବଂ ମୋହନ ଲାଲ ମଲୟାଲାମ ଭର୍ସନ ଶେୟାର କରିଥିଲେ ।
Best wishes to not just a superstar.. The only superstar! Rajni garu in full motion #DarbarMotionPoster https://t.co/kE1jxtIRzQ 🔥 #DARBAR @rajinikanth #Nayanthara @SunielVShetty @i_nivethathomas @anirudhofficial @santoshsivan @sreekar_prasad @LycaProductions #DarbarThiruvizha
— Chulbul Pandey (@BeingSalmanKhan) November 7, 2019
ଏହି ଫିଲ୍ମରେ ରଜନୀକାନ୍ତ ପୁଲିସ ଅଫିସରଙ୍କ ଭୂମିକା ତୁଲାଉଥିବାର ନଜର ଆସିବେ । ଫିଲ୍ମ ଆସନ୍ତା ବର୍ଷ ୧୫ଜାନୁଆରୀରେ ରିଲିଜ ହେବ । ଫିଲ୍ମରେ ରଜନୀକାନ୍ତଙ୍କ ସହ ନୟନତାରା, ଯୋଗୀ ବାବୁ, ଥୋମସ, ପ୍ରତୀକ ବବର ଏବଂ ସୁନୀଲ ସେଟ୍ଟୀ ମଧ୍ୟ ନଜର ଆସିବେ । ଏହି ଫିଲ୍ମରେ ମୁରୁଗଦାସ ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଏବଂ ସଙ୍ଗୀତ ଭାର ଅନିରୁଦ୍ଧ ରବିଚନ୍ଦର ତୁଲାଇଛନ୍ତି ।