୨୫ ବର୍ଷ ପରେ ପରଦାକୁ ଫେରିଲେ ଅମୋଲ ପାଲେକର, ଦିନେ ‘ଗୋରୀ ତେରା ଗାଁଓ ବଡ଼ା ପ୍ୟାରା’ ଗୀତରେ ରେକର୍ଡ଼ ଭାଙ୍ଗିଥିଲେ
ପ୍ରସିଦ୍ଧ ଆକ୍ଟର ଅମୋଲ ପାଲେକର ୨୫ ବର୍ଷ ପରେ ରୂପେଲି ପରଦାକୁ ଫେରୁଛନ୍ତି । ସେ ଥ୍ରିଲିଙ୍ଗ ଡ୍ରାମା ହିନ୍ଦୀ ପ୍ଲେ ‘କୁସୁର’ରେ ନଜର ଆସିବେ । ଏହାର ଲେଖବ ହେଉଛନ୍ତି ସଂଧ୍ୟା ଗୋଖଲେ । ଏହାର ନିର୍ଦ୍ଦେଶକ ହେଉଛନ୍ତି ଉଭୟ ସଂଧ୍ୟା ଗୋଖଲେ ଏବଂ ଅମୋଲ ପାଲେକର ।
ପ୍ଲେ’ରେ ଅମୋଲ ଏକ ରିଟାୟର ଏସିପି ଚରିତ୍ରରେ ନଜର ଆସିବେ । ଏହାକୁ ନେଇ ଅମୋଲ ଯେଉଁଭଳି ଆଲୋଚନା କରିଛନ୍ତି, ସେଥିରୁ ଜଣାପଡ଼ୁଛି ସେ ବିଷୟକୁ ଖୁବ ଧ୍ୟାନ ଦେଇଛନ୍ତି । ଏହି ଭୂମିକା ତାଙ୍କ ପାଇଁ ଖୁବ ଚ୍ୟାଲେଂଚିଙ୍ଗ ହେବ ବୋଲି ମଧ୍ୟ ସେ କହିଛନ୍ତି ।
କହିରଖୁଛୁ ୨୪ ନଭେମ୍ବରକୁ ଅମୋଲ ୭୪ ବର୍ଷର ହୋଇଯିବେ । ଏହି ଦିନ ଟାଟା ଥିଏଟର, ଏନସିପିଏ ଓ ମୁମ୍ବାଇରେ ଶୋ’ର ପ୍ରିମିୟର କରାଯିବ । ଅମୋଲ ୧୯୭୧ରେ ମରାଠୀ ଫିଲ୍ମରେ କ୍ୟାରିଅର ଆରମ୍ଭ କରିଥିଲେ । ଏହାପରେ ସେ ବଲିଉଡକୁ ଆସିଥିଲେ । ୧୯୭୪ରେ ‘ରଜନୀଗନ୍ଧା’ରେ ଅଭିନୟ କରି ପ୍ରସିଦ୍ଧ ହୋଇଗଲେ । ନିର୍ଦ୍ଦେଶକ ଭାବରେ ମଧ୍ୟ ସେ କେତେକ ଫିଲ୍ମରେ କାମ କରିଛନ୍ତି । କହିରଖୁଛୁ ଅମୋଲଙ୍କ ଅଭିନୀତ ‘ଗୋରୀ ତେରା ଗାଁଓ ବଡ଼ା ପ୍ୟାରା’ ଖୁବ ଚହଳ ସୃଷ୍ଟି କରିଥିଲା । ଆଜି ମଧ୍ୟ ଏହି ଗୀତର କ୍ରେଜ୍ ଦେଖିବାକୁ ମିଳେ ।