ଭିକ୍କି କୌଶଲଙ୍କ ଫିଲ୍ମ ‘ସର୍ଦ୍ଦାର ଉଦ୍ଧମ ସିଂ’ରେ ନଜର ଆସିବେ ଏହି ଅଭିନେତ୍ରୀ, ପ୍ରଥମଥର ପାଇଁ ଅଭିନେତାଙ୍କ ସହିତ କରିବେ ସ୍କ୍ରିନ ସେୟାର
ନିର୍ଦ୍ଦେଶକ ସୁଜିତ୍ ସରକାରଙ୍କ ଆଗାମୀ ଫିଲ୍ମ ‘ସର୍ଦ୍ଦାର ଉଦ୍ଧମ ସିଂ’ ପାଇଁ ଅଭିନେତ୍ରୀଙ୍କ ନାମ ଘୋଷଣା ହୋଇଯାଇଛି । ଏହି ଫିଲ୍ମରେ ଉରି ଷ୍ଟାର୍ ଭିକ୍କି କୌଶାଲଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳୁଥିବା ବେଳେ ଏଥିରେ ତାଙ୍କ ବିପକ୍ଷରେ ବନିତା ସାନ୍ଧୁଙ୍କୁ ଅଭିନେତ୍ରୀ ଭାବେ ସାଇନ୍ କରାଯାଇଥିବା ଜଣାପଡ଼ିଛି । ଏହି ଅଭିନେତ୍ରୀ ଜଣକ ନିର୍ଦ୍ଦେଶକ ସୁଜିତ୍ ସରକାରଙ୍କ ସହ ପୂର୍ବରୁ କାମ କରିସାରିଛନ୍ତି । ସୁଜିତ୍ଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଅକ୍ଟୋବର’ରେ ବନିତା କାମ କରିଥିଲେ । ଏହା ଥିଲା ବନୀତାଙ୍କ ଡେବ୍ୟୁ ଫିଲ୍ମ । ଏହି ଫିଲ୍ମଟି ଆସନ୍ତା ବର୍ଷ ୨ ଅକ୍ଟୋବରରେ ରିଲିଜ୍ ହେବ ।
ବନିତା ଫିଲ୍ମଟିକୁ ନେଇ ଏକ୍ସାଇଟେଡ୍ ଥିବା ସହ ପଞ୍ଜାବରେ ଏହାର ସୁଟିଂ ଚାଲିଥିବା କହିଛନ୍ତି । ‘ସର୍ଦ୍ଦାର ଉଦ୍ଧମ ସିଂ’ରେ ଏଣ୍ଟ୍ରି କଲେ ବନିତା ଭିକ୍କି କୌଶାଲଙ୍କ ଅପୋଜିଟ୍ କାମ କରିବାକୁ ନେଇ ସୁଯୋଗ ମିଳିବା ସହ ପୁରୁଣା ଟିମ୍ ସହିତ କାମ କରୁଥିବାରୁ ବେଶ୍ ଖୁସିଥିବା କହିଛନ୍ତି ବନିତା । ସ୍ୱତନ୍ତ୍ରତା ସଂଗ୍ରାମୀଙ୍କ ଜୀବନ ଉପରେ ଆଧାରିତ ଏହି ଫିଲ୍ମରେ ଭିକ୍କି ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି । ଏଇ ନିକଟରେ ତାଙ୍କର ଫାଷ୍ଟ୍ ଲୁକ୍ ଜାରି କରାଯାଇଥିଲା । କୁହାଯାଉଛି ଯେ, ଭିକ୍କି ଏହି ରୋଲଟିକୁ କରିବା ପାଇଁ ୧୩ କେଜି ଓଜନ ହ୍ରାସ କରିଛନ୍ତି ।
ସୂଚନା ଥାଉ ଯେ, କାହାଣୀର ମୁଖ୍ୟ ଚରିତ୍ର ସର୍ଦ୍ଦାର ଉଦ୍ଧମ ସିଂ ଜାଲିଆନ୍ୱାଲା ବାଗ୍ ଗୁଳିକାଣ୍ଡର ପ୍ରତଶୋଧ ନେବା ପାଇଁ ଇଂରେଜ ଅଧିକାରୀ ମାଇକଲ ଓ ଡାଏରଙ୍କ ହତ୍ୟା କରିଦେଇଥିଲେ । ତାଙ୍କୁ ଇଂରେଜ ସରକାର ଦ୍ୱାରା ହତ୍ୟା ଅଭିଯୋଗରେ ପେଣ୍ଟେନ୍ଭାଇଲ୍ ଜେଲରେ ୧୯୪୦ ଜୁଲାଇ ୩୧ରେ ଫାଶୀ ଦିଆଯାଇଥିଲା । କରଣ ଜୋହରଙ୍କ ପ୍ରଯୋଜନାରେ ନିର୍ମିତ ହେବାକୁ ଥିବା ହରର୍ ଫିଲ୍ମ ‘ଭୁତ୍-ପାର୍ଟ ୱାନ୍:ଦି ହଣ୍ଟେଡ୍ସିପ୍’ ଏବଂ କରଣଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହେବାକୁ ଥିବା ‘ତଖ୍ତ’ରେ ଭିକ୍କି ଅଭିନୟ କରୁଛନ୍ତି । ଏଥିରେ ରଣବୀର ସିଂ, କରୀନା କପୁର ଖାନ୍, ଆଲିଆ ଭ… ଏବଂ ଭୂମି ପେଡନେକର ପ୍ରମୁଖ ଅଭିନୟ କରୁଛନ୍ତି ।