ପୁଣିଥରେ ହୃଦୟ ଜିତିଲେ ସାରା, ଫଟୋ କ୍ଲିକ କରି ଫ୍ୟାନଙ୍କୁ କୁଣ୍ଢାଇ ପକାଇଲେ
ବଲିଉଡ ଅଭିନେତ୍ରୀ ସାରା ଅଲି ଖାନଙ୍କ ଫ୍ୟାନ ଫଲୋଇଙ୍ଗ ଦିନକୁ ଦିନ ବଢିବାରେ ଲାଗିଛି । ଫ୍ୟାନ ସାରାଙ୍କୁ ଦେଖିବା ମାତ୍ରେ ଫଟୋ କ୍ଲିକ କରିବା ପାଇଁ ଦୌଡ଼ି ଆସନ୍ତି । ସାରା ମଧ୍ୟ କେବେ ଫ୍ୟାନ୍ସଙ୍କୁ ଇଗ୍ନୋର କରନ୍ତି ନାହିଁ । ହସ ହସ ମୁହଁରେ ସବୁବେଳେ ଫଟୋ ଉଠାଇଥାନ୍ତି ଏବଂ ଅଟୋଗ୍ରାଫ ମଧ୍ୟ ଦେଇଥାନ୍ତି । ନିକଟରେ ସୋସିଆଲ ମିଡିଆରେ ସାରା ଅଲି ଖାନଙ୍କର ଏକ ଭିଡ଼ିଓ ଭାଇରାଲ ହେଉଛି । ଭିଡ଼ିଓରେ ଦେଖିବାକୁ ମିଳିଛି ସାରା ତାଙ୍କ ଫ୍ୟାନ୍ସଙ୍କ ସହିତ ହସ ହସ ମୁହଁରେ ସେଲ୍ଫି ନେଉଛନ୍ତି । କେବଳ ସେତିକି ନୁହେଁ ଏହା ମଧ୍ୟ ଦେଖିବାକୁ ମିଳିଛିଯେ ସାରା ସେଲ୍ଫି ନେବା ସହିତ ଅଟୋଗ୍ରାଫ ଦେଲେ ଏବଂ ଫ୍ୟାନ ଜଣଙ୍କୁ ଖୁସିରେ କୁଣ୍ଢାଇ ପକାଇଲେ । ତେବେ ଏହି ଭିଡ଼ିଓ ଦେଖିବା ପରେ ସାରାଙ୍କ ବ୍ୟବହାରକୁ ପୁଣିଥରେ ଖୁବ ପ୍ରଶଂସା କରାଯାଉଛି ।
କହିରଖୁଛୁ ଗତ କିଛି ଦିନ ପୂର୍ବରୁ ଆମେ ଆପଣଙ୍କ ସହିତ ଏକ ଭିଡ଼ିଓ ଶେୟାର କରିଥିଲୁ, ଯେଉଁଥିରେ ଏୟାରପୋର୍ଟରେ କିଛି ଫ୍ୟାନ୍ସ ସାରାଙ୍କ ସହିତ ସେଲ୍ଫି ନେଉଥିଲେ ଏବଂ ଏହି ମଧ୍ୟରେ ଜଣେ ଯୁବକ ସାରାଙ୍କ ଦେହରେ ଲାଗିଗଲେ, ଯାହାପରେ ସାରା ଅସହଜ ମନେ କରି ସାମାନ୍ୟ ଘୁଂଚିଗଲେ କିନ୍ତୁ ପୁଣିଥରେ ସେହି ଯୁବକ ସହିତ ଫଟୋ ଉଠାଇଲେ ।
View this post on Instagram
#saraalikhan is back from New York #airportdiaries #viralbhayani @viralbhayani
ସାରାଙ୍କର ବାରମ୍ବାର ଏଭଳି ବ୍ୟବହାର ଦେଖିବା ପରେ ଜଣାପଡ଼ୁଛି ସାରା ତାଙ୍କ ପ୍ରଶଂସକଙ୍କୁ ଖୁବ ଗୁରୁତ୍ୱ ଦିଅନ୍ତି ।