ଜବରଦସ୍ତି ୧୫ ଲକ୍ଷ ମାଗିବାରୁ ଗିରଫ ହେଲେ ଏହି ଅଭିନେତ୍ରୀ, ଅଭିନେତାଙ୍କ ଉପରେ ଲଗାଇଥିଲେ ଦୁର୍ବ୍ୟବହାର ଅଭିଯୋଗ
ମରାଠୀ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତ୍ରୀ ଏବଂ ଡ୍ୟାନ୍ସର ସାରା ଶ୍ରବଣଙ୍କୁ ପୋଲିସର କ୍ରାଇମ ବ୍ରାଞ୍ଚ ଟିମ ୧୫ଲକ୍ଷ ଜବରଦସ୍ତି ମାଗିବା ମାମଲାରେ ଗିରଫ କରିଛନ୍ତି । ସାରାଙ୍କ ଉପରେ ଜୋର ଜବରଦସ୍ତି ୧୫ ଲକ୍ଷ ମାଗିବାର ଆରୋପ ରହିଛି । ଅଭିନେତ୍ରୀଙ୍କୁ ମୁମ୍ବାଇରେ ଗିରଫ କରାଯାଇଛି । ଲୋକେ ସାରା ଶ୍ରବଣଙ୍କୁ ସାରା ସୋନବଣେ ନାମରେ ମଧ୍ୟ ଜାଣନ୍ତି ।
ସୂଚନା ଅନୁସାରେ ସାରା ଶ୍ରବଣଙ୍କ ବ୍ୟତିତ ଏହି ମାମଲାରେ ତାଙ୍କର ସହେଯାଗ କରିଥିବା ଅନ୍ୟ ତିନି ଜଣଙ୍କୁ ମଧ୍ୟ ପୋଲିସ ଗିରଫ କରିଛି । ଅଭିନେତ୍ରୀ ସୁବାଷ ଯାଦବ ନାମକ ଜଣେ ଅଭିନେତାଙ୍କ ସହିତ କାମ କରିଥିଲେ । ଫିଲ୍ମ ରିଲିଜ ହେବା ପରେ ସାରା ଯାଦବଙ୍କ ବିରୋଧରେ ଦୁର୍ବ୍ୟବହାର ଆରୋପ ଲଗାଇଥିଲେ ।
ପୋଲିସର କହିବା ଅନୁସାରେ ସୁଭାଷ ଯାଦବ ନିଜର ଭୁଲ ପାଇଁ ଭୁଲ ମାଗିବା ସହିତ ଏକ ଭିଡିଓ ବନାଇିଥିଲେ । କିନ୍ତୁ ଅଭିଯୁକ୍ତ ବିଚୋଲିଏ ଭିଡିଓ ସାର୍ବଜନୀନ ନକରି ତାଙ୍କ ଠାରୁ ୧୫ ଲକ୍ଷ ଟଙ୍କା ଦାବି କରିଥିଲା । କିନ୍ତୁ ଏହି ଭିଡିଓ ଅନ୍ୟ ଜଣେ ଅଭିନେତ୍ରୀଙ୍କ ହାତର ପଡିବାରୁ ଏହା ଭାଇରାଲ ହୋଇଯାଇଥିଲା ।
ଭିଡିଓ ଲିକ ହେବା ପରେ ସୁଭାଷ ଯାଦବ ପୋଲିକୁ ସମ୍ପର୍କ କରିଥିଲେ । ଏବଂ ଜୋର ଜବରଦସ୍ତି ପଇସା ମାଗିବାର ଏକ ମାମଲା ରୁଜୁ କରିଥିଲେ । ଏହା ପରେ ପୋଲିସ ସାରା ଏବଂ ତାଙ୍କର ସହଯୋଗୀଙ୍କୁ ବିବାହ କରିଥିଲେ । ପୁଣେ କୋର୍ଟରେ ଏବେ ସାରା ଶ୍ରବଣଙ୍କ ବେଲ ଖାରଚ ହେଇଥିବା ଖବର ଆସିଛି ।