Only for Entertainment

‘ସ୍ପନ୍ଦନ – ଷ୍ଟାର ଓଲିଉଡ୍ ଆୱାର୍ଡସ୍ ୨୦୧୯’ରେ ଷ୍ଟାର୍ସଙ୍କ ଜଲୱା, ବାବୁଶାନ ଓ ଅର୍ଚ୍ଚିତାଙ୍କୁ ମିଳିଲା ଶ୍ରେଷ୍ଠ ଅଭିନେତା-ଅଭିନେତ୍ରୀ ସମ୍ମାନ

facebook
39

ଅନୁଷ୍ଠିତ ହୋଇ ଯାଇଛି, ସମ୍ମାନ ବିତରଣ ଉତ୍ସବ ‘ସ୍ପନ୍ଦନ – ଷ୍ଟାର ଓଲିଉଡ୍ ଆୱାର୍ଡସ୍ ୨୦୧୯’ । ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହ କଳାକାରଙ୍କ ଜବରଦସ୍ତ ପର୍ଫମାନ୍ସକୁ ନେଇ ରଙ୍ଗିଲା ଡ୍ୟାନ୍ସ ଇଂଟରନ୍ୟାସନାଲ ପକ୍ଷରୁ ଆୟୋଜିତ ହୋଇଥିଲା ଏହି ଆୱାର୍ଡ ଶୋ । ଜୟଦେବ ଭବନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଯେଉଁଠି ଇଣ୍ଡଷ୍ଟ୍ରୀର ବହୁ ନୂଆ-ପୁରୁଣା କଳାକାର ଆସିଥିଲେ ନଜର । ଏହି ଅବସରରେ ଅତିଥି ଭାବେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ହାଉସିଂ ବୋର୍ଡ ଅଧ୍ୟକ ପ୍ରିୟଦର୍ଶୀ ମିଶ୍ର, ମୋ କଲେଜ ସଭାପତି ଆକାଶ ଦାସନାୟକ, ସଭାପତି ନିହାର ରଂଜନ ପ୍ରହରାଜ, ଦୀଲିପ ସ୍ୱାଇଁ, ହରପ୍ରସାଦ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ ।

ଏହି ଅବସରରେ ଜୀବନବ୍ୟାପି ସାଧନା ସମ୍ମାନ ଅକ୍ଷୟ ପରିଜାଙ୍କୁ ପ୍ରଦାନ କରାଯାଇଥିବାବେଳେ, ଚିର ସବୁଜ ସମ୍ମାନରେ ଅଭିନେତା ମିହିର ଦାସଙ୍କୁ ସମ୍ମାନୀତ କରାଯାଇଥିଲା । ସିଦ୍ଧାନ୍ତ ମହାପାତ୍ରଙ୍କୁ ଶ୍ରେଷ୍ଠ ପ୍ରତିଭାଶାଳୀ ଅଭିନେତା, ଶ୍ରେଷ୍ଠ ଅଭିନେତା ଭାବେ ବାବୁଶାନ ମହାନ୍ତି, ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଭୂମିକାଙ୍କୁ ସମ୍ମାନୀତ କରାଯାଇଥିଲା । ସେହିପରି ବେଷ୍ଟ ଆକ୍ଟର୍ କ୍ରିଟିକ ସମ୍ମାନ ସବ୍ୟସାଚୀ ମିଶ୍ର ଏବଂ ବେଷ୍ଟ ଆକ୍ଟ୍ରେସ କ୍ରିଟିକ ସମ୍ମାନ ଅଭିନେତ୍ରୀ ସନମୀରାଙ୍କୁ ପ୍ରଦାନ କରାଯାଇଥିଲା ।

ଏହି ଆୱାର୍ଡ ଶୋ’ର ଅନ୍ୟତମ ଆକର୍ଷଣ ଥିଲା ଓଲିଉଡ ନାୟିକାଙ୍କ ଏକ ସେ ଏକ ଡ୍ୟାନ୍ସ ପରିବେଷଣ । ଅଭିନେତ୍ରୀ ଭୂମିକା, ଶୀତଲ ଓ ସନମୀରା ନିଜ ହଟ ଅନ୍ଦାଜ ସହ ମଂଚରେ ଦେଖାଇଥିଲେ ଡ୍ୟାନ୍ସର ଜଲୱା । ଯାହାକୁ ଦର୍ଶକ କରିଥିଲେ ଭରପୁର ଉପଭୋଗ । ସ୍ପନ୍ଦନ – ଷ୍ଟାର ଓଲିଉଡ୍ ଆୱାର୍ଡସ୍ କାର୍ଯ୍ୟକ୍ରମରେ ଯୋଗ ଦେଇ ଓଡିଆ ସିନେ କଳାକାର ବେଶ ଉପଭୋଗ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More