ୱେବସିରିଜରେ ଜଲୱା ଦେଖାଇବେ ଅନୁ ଚୌଧରୀ
ନାୟକର ନାଁ ଦେବଦାସ, ତୁ ମୋ ଲଭଷ୍ଟୋରୀ ଟୁ ଆଦି ଚଳଚ୍ଚିତ୍ରରେ ଅଭିନୟ କରି ପୁଣି ପୁରୁଣା ଦିନର ଅନୁଙ୍କୁ ଦର୍ଶକଙ୍କ ହୃଦୟରେ ଜୀବିତ କରିଛନ୍ତି ଏଭରଗ୍ରୀନ ଆକ୍ଟ୍ରେସ ଅନୁ ଚୌଧରୀ । ଏକ ଦୀର୍ଘ ସମୟ ଧରି ରୂପେଲି ପରଦାରୁ ଦୂରେଇ ରହିବା ପରେ ନାୟକର ନାଁ ଦେବଦାସ ମାଧ୍ୟମରେ ପୁଣିଥରେ ଅନସ୍କ୍ରିନରେ ନଜର ଆସିଥିଲେ ଏହି ଅଭିନେତ୍ରୀ । ତେବେ ଏବେ ପୁଣିଥରେ ଅନୁଙ୍କୁ ପରଦାରେ ଦେଖିବାକୁ ମିଳିବ, କିନ୍ତୁ ରୂପେଲି ପରଦାରେ ନୁହେଁ ବରଂ ଏକ ୱେବସିରିଜରେ ।
ଆଜ୍ଞା ହଁ ଅଜୟ ପାଢୀଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହେବାକୁ ଯାଉଛି ନୂଆ ୱେବସିରିଜ ଅନନ୍ୟା ଅନୁ । ଯେଉଁଥିରେ ଅନୁ ଚୌଧରୀଙ୍କ ସମେତ ମିହିର ଦାଶ ଏବଂ ମନୋଜ ମିଶ୍ରଙ୍କୁ ଦେଖିବାକୁ ମିଳିବ । ତେବେ ଫିଲ୍ମ ଭଳି ୱେବସିରିଜରେ ମଧ୍ୟ ଅନୁ କମାଲ କରିବେ ବୋଲି ଆଶା ରଖିଛନ୍ତି ଦର୍ଶକ ।