ସ୍କୁଲ ଛାତ୍ରଛାତ୍ରୀ ଦେଖିଲେ ଅର୍ଜୁନ କପୂର ଏବଂ କୃତି ସାନନଙ୍କ ‘ପାନୀପତ’
ନିକଟରେ ନିର୍ଦ୍ଦେଶକ ଆଶୁତୋଷ ଗ୍ୱାରିକରଙ୍କ ଫିଲ୍ମ ପାନୀପତ ରିଲିଜ ହୋଇଛି । ଏହାକୁ ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ଆଲୋଚକଙ୍କ ପର୍ଯ୍ୟନ୍ତ ସମସ୍ତେ ପସନ୍ଦ କରୁଛନ୍ତି । ପ୍ରତିଦିନ ଫିଲ୍ମକୁ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ମିଳୁଛି । ନିର୍ଦ୍ଦେଶକ ଗ୍ୱାରିକରଙ୍କ ଦ୍ୱାରା ନିର୍ମିତ ଏହି ଐତିହାସିକ ଫିଲ୍ମ ଦେଖିବା ପାଇଁ କେବଳ ବୟସ୍କ ନୁହଁନ୍ତି ବରଂ ସ୍କୁଲ ପିଲାମାନେ ମଧ୍ୟ ଦେଖିବା ପାଇଁ ଖୁବ ଉତ୍ସୁକ ।
ପାନୀପତ ବିଷୟରେ ଆମେ ପଢିଥିବା ବହିରେ ଯଥେଷ୍ଟ କିଛି ଲେଖା ହୋଇନାହିଁ । କିନ୍ତୁ ଏହି ଫିଲ୍ମରେ ସବୁ କିଛି ଦେଖିବାକୁ ମିଳିଛି । ସ୍କୁଲ ଶିକ୍ଷକ ଶିକ୍ଷୟତ୍ରୀ ମଧ୍ୟ ଖୁବ ଉତ୍ସୁକ । ତେବେ ଏଭଳି ଐତିହାସିକ ଫିଲ୍ମ ଦେଖିବା ନିହାତି ଭାବରେ ମଜାଦାର ହେବ ।